କନକ ବ୍ୟରୋ: ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା ।  ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ।  ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡର ରେ ରହିବ ଏହି କାର୍ଡ ।  ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ  । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ। ନେସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ।

Advertisment

ପପୁଲେସନ ଅନୁଯାୟୀ,   ABHA (Ayushman Bharat Health Account) ଆକାଉଣ୍ଟ ପାଇଁ ସମସ୍ତେ ରେଜିଷ୍ଟ୍ରେସନ କରିପାରିବେ  । କ୍ୟୁଆର କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବଧୀୟ ସବୁ ଡାଟା ପାଇହେବ ।  ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନୁସାରେ ଏହା ପାଇହେବ ।  ଅନଲାଇନରେ ଆବେଦନ କରିହେବ କାର୍ଡ ।  ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ ।  ଫେବୃଆରୀ ପୂର୍ବରୁ କାର୍ଡ ଦିଆଯିବାକୁ ସରକାର ଯୋଜନା କରୁଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।