କନକ ବ୍ୟୁରୋ; ଆସନ୍ତା ୯ ତାରିଖ ସୋମବାର ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ । ନୂଆଁଖାଇ ପାଇଁ ୯ ତାରିଖକୁ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରିଛନ୍ତି । ତେଣୁ ଏହି ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକ ବନ୍ଦ ରହିବ। ଶନିବାର ଗଣେଶ ଚତୁର୍ଥୀ ଲାଗି ବ୍ୟାଙ୍କ ବନ୍ଦ ରହିଥିବାବେଳେ ରବିବାର ଛୁଟି ଦିନ ରହିଛି। ସୋମବାର ବି ଛୁଟି ଥିବାରୁ ଆସନ୍ତା ୧୦ ତାରିଖ ମଙ୍ଗଳବାର ଦିନ ବ୍ୟାଙ୍କ ଖୋଲିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନୂଆଁଖାଇ ପାଇଁ ସମସ୍ତ ବ୍ୟାଙ୍କ ଛୁଟି ; ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସଂସ୍ଥା ମଧ୍ୟ ବନ୍ଦ ରହିବ
Advertisment
Follow Us