ଘନକୁହୁଡ଼ି ପାଇଁ ୬ ଜିଲ୍ଲାକୁ ସତର୍କତା : ସୁରକ୍ଷିତ ଯାତ୍ରା ପାଇଁ ଜାରି ହେଲା ମାର୍ଗଦର୍ଶିକା

Advertisment

ଘନ କୁହୁଡ଼ି ପାଇଁ ଜାରୀ ହେଲା ସତର୍କତା। ସତର୍କ ରହିବାକୁ ଗାଡି ଚାଳକଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶ । ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତା  ଅନୁଯାୟୀ,  ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ରହିଛି ।

ଘନ କୁହୁଡ଼ି ପାଇଁ ଜାରୀ ହେଲା ସତର୍କତା। ସତର୍କ ରହିବାକୁ ଗାଡି ଚାଳକଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶ । ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତା  ଅନୁଯାୟୀ,  ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ରହିଛି ।

19

Photograph: (KANAKNEWS)

କନକବ୍ୟୁରୋ : ଘନ କୁହୁଡ଼ି ପାଇଁ ଜାରୀ ହେଲା ସତର୍କତା। ସତର୍କ ରହିବାକୁ ଗାଡି ଚାଳକଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶ । ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତା  ଅନୁଯାୟୀ,  ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ରହିଛି । ବିଶେଷକରି ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା ରହିଛି  । ସେଥିପାଇଁ ଏସବୁ ଜିଲ୍ଲାର ଆରଟିଓ ମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ମାର୍ଗଦର୍ଶିକା ଜାରି କରାଯାଇଛି ।  ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଚେତନତା ଏବଂ ଏନଫୋର୍ସମେଣ୍ଟକୁ ଗୁରୁତ୍ୱଦେବା ପାଇଁ ନିଷ୍ପତ୍ତି ନିଆଯାଇଛି  ।  ଏନେଇ ଆରଟିଓ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି ।  ସୁରକ୍ଷିତ ଯାତ୍ରା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକାରେ ଜାରି କରାଯାଇଛି ।  

ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼ ; ଆଖିବୁଜିଲେ ୧୦ ଜଣ, ଅନେକ ଲୋକ ଆହତ

ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା,  ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି ।   ଏଥିସହ  କୁହୁଡ଼ିରେ ଓଭରଟେକ୍ ନକରିବାକୁ, ହଠାତ୍ ବ୍ରେକ୍ ନ ମାରିବା,  ରାସ୍ତା ମଝିରେ ଯାନ ନ ରଖିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।  ସେପଟେ ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା। ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ।  

ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି।  ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି ।  ଜି. ଉଦୟଗିରି ସହରର ତାପମାତ୍ରା  ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe