କନକ ବ୍ୟୁରୋ: ରାଜ୍ୟର ୧୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଅନୁଗୁଳୁ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । 

Advertisment

ଏପଟେ ଧୀରେ ଧୀରେ କମୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନିଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୮ ମିଟର । ଗତକାଲି ୬.୭୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇଥିଲା ଫଳରେ ବସ୍ତା ବ୍ଲକର ମଥାନି ଚଟାଣ, ପଳାସିଆ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିଲା । ତେବେ କୁଡ଼ିଆ ଗାଁର କିଛି ଲୋକଙ୍କ ଘରେ ପାଣି ପଶିଥିଲା । ଏବେ ଯଦିଓ ଜଳସ୍ତର ସାମାନ୍ୟ କମିଛି କିନ୍ତୁ ଦୁର୍ଦ୍ଦଶା କମୁନି । ଗାଁରୁ ଧୀରେ ଧୀରେ ପାଣି ଛାଡ଼ିବା ଆରମ୍ଭ କରିଥିବାବେଳେ ଏବେବି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣିରେ ବୁଡ଼ି ରହିଛି । ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏବଂ ନୟନଯୋରି ଅବରୋଧ ହୋଇଥିବାରୁ ପାଣି ଛାଡ଼ିବା ପାଇଁ ଆହୁରି ୩ ରୁ ୪ ଦିନ ସମୟ ଲାଗିପାରେ । ଯାହା ଫଳରେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ଆଶଙ୍କା କରିଛନ୍ତି ଚାଷୀ ।