Alcohol Photograph: (Kanak News)
କନକ ବ୍ୟୁରୋ : ଘର ଉଜାଡ଼ୁଛି ମଦ । ଭାଙ୍ଗିଯାଉଛି ଶହ ଶହ ପରିବାର । ନିଇତି ମଦ ପାଇଁ ଗଡ଼ୁଛି ମୁଣ୍ଡ । ମଦ ପିଇ ପୁଅ କେଉଁଠି ବାପାକୁ ମାରିଲାଣି ତ ଆଉ କେଉଁଠି ଯୁବତୀଙ୍କୁ ଅସଦାଚରଣ କଲାଣି । ପୂରା ରାଜ୍ୟରେ ମଦ ପାଇଁ ବଢ଼ୁଛି ଅପରାଧ । ସେହି ଧାରାରେ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ମଦର ବନ୍ୟା । ମଦ ଯୋଗୁଁ ଉଜୁଡ଼ିଯାଉଛି ସଂସାର । ଗାଁର ଛୁଆଠୁ ଆରମ୍ଭ କରି ବୁଢ଼ା ସମସ୍ତେ ମଦ ପିଇ ରାସ୍ତାରେ ଗଡ଼ୁଛନ୍ତି । ଘରେ ଘରେ ଅଶାନ୍ତି ଲାଗିରହିଛି । ଛୁଆ ପାଠ ଛାଡ଼ି ଦେଉଛି ତ ବୁଢ଼ା କାମ ଛାଡ଼ି ଦେଉଛି ।
ସ୍ଥିତି ଏଭଳି ହେଲାଣି ଯେ ସ୍କୁଲ ପିଲା ବି ଗାଁରେ ମଦ ପିଇବା ଆରମ୍ଭ କଲେଣି । ଘରେ ମନା କଲେ ଗାଳି ଝଗଡ଼ା ହୋଇ ପରିବାର ବି ଉଜୁଡ଼ି ଯାଉଛି । ଆଗକୁ ନୂଆବର୍ଷ ଆସୁଛି । ଏହି ସମୟରେ ମଦ ବିକ୍ରି ବଢ଼ିବ । ତେବେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଅବକାରୀ ଅଧୀକ୍ଷକ କାର୍ଯ୍ୟାଳୟ ଘେରିଛନ୍ତି ଲେଫ୍ରିପଡ଼ା ଥାନା ଚନ୍ଦଲି ଗାଁର ମହିଳା ମାନେ । ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କରିଛନ୍ତି ଦାବି ।
ଅଧିକ ପଢ଼ନ୍ତୁ : ସରକାରଙ୍କ ଭଲ କାମକୁ ପାଣିଚିଆ କରି ଦେଲାଣି ମହିଳା ହିଂସା; ରାତି ପାହିଲେ ବିଭିନ୍ନ ଅଞ୍ଚଳରୁ ଆସୁଛି ଗଣଦୁଷ୍କର୍ମର ଖବର
ସେପଟେ ଓଡ଼ିଶାରେ ଅପରାଧ ଏବେ ଉପରମୁହାଁ । ରାଜଧାନୀ ସ୍ଥିତି ଆହୁରି ସାଂଘାତିକ । କେଉଁଠି ମୁଣ୍ଡ ଗଣୁଛି, କେଉଁଠି ଗଣଦୁଷ୍କର୍ମ । ମନେ ହେଉଛି ଆଇନଶୃଙ୍ଖଳା ସ୍ଥିତି ଯେମିତି ହୁଗୁଳିଯାଇଛି । ହେଲେ ବିଶେଷଜ୍ଞ କିନ୍ତୁ ଅଲଗା କଥା କହିଲେଣି । ଅପରାଧ ବୃଦ୍ଧି ପଛରେ ନିଶା ହିଁ ପ୍ରମୁଖ କାରଣ । ଅର୍ଥାତ୍ ଅବକାରୀ ବିଭାଗ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ବିଫଳତାପ ପଛର ଅସଲ କାରଣ ।
Follow Us