‘ମଦ’ କାହା ପାଇଁ ଟେନସନରୁ ଦୂର କରିବାର ଟନିକ୍ ,ଆଉ କାହା ପାଇଁ ସଂସାର ଭାଙ୍ଗିବାର ଲିକ୍ୟୁଡ୍ ସଉତୁଣୀ । ପ୍ରାୟତଃ ପୁରୁଷଙ୍କ ବନ୍ଧୁ ପାଲଟିଥିବା ମଦ ଏବେ ମହିଳାଙ୍କୁ ମଧ୍ୟ କାବୁ କରିସାରିଲାଣି । ବିଭିନ୍ନ ପାର୍ଟି , ପ୍ରୋଗ୍ରାମରେ ପୁରୁଷଙ୍କ ଅପେକ୍ଷା ଏବେ ଅଧିକ ମହିଳାଙ୍କୁ ମଦ୍ୟପାନ କରୁଥିବାର ଦେଖିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠୁଛି , ଦେଶରେ ମଦ୍ୟପାନ କରିବାରେ ଆଗରେ କିଏ ? ଏଭଳି ଅବାନ୍ତର ପ୍ରଶ୍ନ ବେଳେବେଳେ ଆମ ମନକୁ ବି ଚାଲିଆସେ ଯାହାର ଉତ୍ତର ଜାଣିବା ପାଇଁ ପ୍ରାୟତଃ ସମସ୍ତେ ଇଚ୍ଛୁକ ଥିବେ । ତେବେ ଦେଶରେ ଅଧିକ ମଦ୍ୟପାନ କିଏ କରନ୍ତି ପୁରୁଷ ନା ମହିଳା ସେ ବିଷୟରେ ଚାଲନ୍ତୁ ଜାଣିବା । ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆସିଲା ।
/kanak/media/media_files/2025/02/15/2ZANV7WDSGTWjYiGGRnp.jpg)
କ’ଣ ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ଯେ ସାରାଦେଶରେ ଅଧିକ ମଦ କେଉଁ ରାଜ୍ୟରେ ସେବନ କରାଯାଏ ? କେଉଁ ରାଜ୍ୟରେ ଏବଂ କେଉଁ ବର୍ଗର ଲୋକ ଅଧିକ ମଦ ପିଅନ୍ତି? ଏହି ପ୍ରଶ୍ନର ଉତ୍ତର କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ସର୍ଭେ ରିପୋର୍ଟ ହିସାବରେ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଚକିତ କରିଦେଲା ଭଳି ମାମଲା ସାମ୍ନାକୁ ଆସିଛି । ସର୍ଭେରେ ନର୍ଥ ଇଷ୍ଟ୍ ର ନାଁ ଲିଷ୍ଟର ପ୍ରଥମରେ ରହିଛି । ଏହାର ଅର୍ଥ ହେଉଛି ମଦ୍ୟପାନ କରିବାରେ ନର୍ଥ ଇଷ୍ଟର ମହିଳାମାନେ ପ୍ରଥମ ସ୍ଥାନରେ ରହିଛନ୍ତି ।
/kanak/media/media_files/2025/02/15/spiz1UJp8IN75vUiyDnp.jpg)
ସର୍ଭେ ମୁତାବକ , ମଦ୍ୟପାନ ମାମଲାରେ ସମଗ୍ର ଦେଶରେ ଆସାମର ମହିଳାମାନଙ୍କ ଅନୁପାତ ସର୍ବାଧିକ । ଦେଶରେ ୧୫ ରୁ ୪୯ ବର୍ଷ ବୟସର ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧.୨ % ଥିବାବେଳେ ଆସାମରେ ଏହି ସଂଖ୍ୟା ଅନେକ ଗୁଣ ଅଧିକ ରହିଛି । ସର୍ଭେ ଅନୁଯାୟୀ, ଏଠାରେ ୧୬.୫ % ମହିଳା ମଦ୍ୟପାନ କରନ୍ତି, ଯାହା ଏହାକୁ ଦେଶର ଅନ୍ୟ ରାଜ୍ୟ ତାଲିକାର ଶୀର୍ଷରେ ସ୍ଥାନିତ କରିଛି। ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୮.୭ % ମହିଳା ମଦ୍ୟପାନ କରୁଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ।
/kanak/media/media_files/2025/02/15/DXuaGz08dMn3tigQJm23.jpg)
କେଉଁ ରାଜ୍ୟରେ ସର୍ବାଧିକ ପୁରୁଷ ମଦ୍ୟପାନ କରନ୍ତି?
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସର୍ଭେ ଅନୁସାରେ, ମହିଳାଙ୍କ ମଦ୍ୟପାନ ମାମଲାରେ ଅରୁଣାଚଳ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଏଠାରେ ୩.୩ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ସିକ୍କିମ ଓ ଛତିଶଗଡ଼ ରହିଛି, ଯେଉଁଠାରେ ୦.୩ % ଓ ୦.୨ % ମହିଳା ମଦ୍ୟପାନ କରନ୍ତି। ଏହି ସର୍ଭେରେ କେଉଁ ରାଜ୍ୟରେ ସର୍ବାଧିକ ପୁରୁଷ ମଦ୍ୟପାନ କରନ୍ତି, ସେ ବିଷୟରେ ମଧ୍ୟ ତଥ୍ୟ ଦିଆଯାଇଛି । ସର୍ଭେରେ ଏକ ରୋଚକ କଥା ସାମ୍ନାକୁ ଆସିଛି । ଅରୁଣାଚଳ ପ୍ରଦେଶରେ ପୁରୁଷମାନେ ସର୍ବାଧିକ ମଦ୍ୟପାନ କରନ୍ତି । ଏଠାରେ ୧୫ ରୁ ୪୯ ବର୍ଷ ବୟସର ୫୯ % ପୁରୁଷ ମଦ୍ୟପାନ କରନ୍ତି।