କନକ ବ୍ୟୁରୋ: ଚାରିଆଡ଼େ ବଢ଼ି ବଢ଼ି ଚାଲିଛି ମଦ କାରବାର । ଯାହାକି ସିଧାସଳଖ ଭାବରେ ଆମର ସାମାଜିକ ଜୀବନ ଓ ଆର୍ଥିକ ବିକାଶକୁ ପ୍ରଭାବିତ କରୁଛି । ତେଣୁ ଏଥିରେ କେମିତି ବ୍ରେକ୍ ଲାଗିବ, ସେଥିପାଇଁ ଆଗକୁ ହେବାକୁ ଯାଉଛି ବଡ଼ ଆନ୍ଦୋଳନ ।  

Advertisment
  • ମଦ ବିରୋଧରେ ହେବ ମହାଆନ୍ଦୋଳନ 
  • ରଣହୁଙ୍କାର ଦେଲେଣି ବିଧାୟକ
  • ବନ୍ଦ ହେବ ମଦ କାରବାର? 

ଗାଁଠୁ ସହର ସବୁଠି ମଦୁଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅତି ସହଜରେ ଓ ହାତ ପାହାନ୍ତାରେ  ମିଳୁଥିବାରୁ ଯିଏ ଯେଉଁଠି ପାଇଲା ମଦ ପିଉଛନ୍ତି ।  କିନ୍ତୁ ମଦରୁ ରାଜସ୍ବ ଆଦାୟ ବଢୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ସରକାର ସାହସ ଜୁଟାଇପାରୁନାହାନ୍ତି । ବିଧାନସଭାରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ୨୦୧୪ରେ ରାଜସ୍ବ ଆଦାୟ ଯେତେଥିଲା ୨୦୨୪ରେ ଏହା ୩ ଗୁଣ ବଢ଼ିଛି । 

ମଦରୁ ରାଜସ୍ୱ ଆଦାୟ
ମଦରୁ ରାଜସ୍ୱ ଆଦାୟ Photograph: (KanakNews )

 

ତେବେ ବିଧାୟକମାନେ ମଦ ବିରୋଧରେ ସ୍ବର ଉଠାଇଲେଣି । ଗତକାଲି ବିଜେପି ବିଧାୟକ ବାବୁ ସିଂ ରାସ୍ତାରେ ମଦୁଆଙ୍କୁ ମାଡ଼ ହେବ କହିଥିଲେ । ଭୁବନେଶ୍ବରରୁ ମଦ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ । ସେପଟେ ଆଜି କୋରାପୁଟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା ପୁଣି ମଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି । କୋରାପୁଟ ସାଂସଦଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ମଦ ବ୍ୟବସାୟୀଙ୍କ ଉପରେ ବର୍ଷିଛନ୍ତି । ଆଉ କନକ ନ୍ୟୁଜକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ମଦ ବନ୍ଦ ପାଇଁ ଦରକାର ପଡ଼ିଲେ ଆଇନକୁ ହାତକୁ ନେବେ । 

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶନିବାର ଦିନ ବେଆଇନ ନିଶା କାରବାର ଉପରେ ରୋକ ଲାଗିବ ବୋଲି କହିଥିଲେ । ଯାହାକୁ ସ୍ବାଗତ କରିଛନ୍ତି ନିଶା ନିବାରଣ କର୍ମୀ । ଏଥିସହ ନିଶା କାରବାର ବନ୍ଦ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି । ଏଭଳି ସ୍ଥିତିରେ ନୂଆ ଅବକାରୀ ନୀତିରେ ନିଶା କାରବାର ରୋକିବାକୁ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛ ।