ନାଳରେ ପରିଣତ ହେଲାଣି ଅଳକା ନଦୀ, ଜବରଦଖଲ ଉଚ୍ଛେଦ ଆଳରେ ୧ କୋଟି ୯୦ ଲକ୍ଷ ଅନୁଦାନ ଚଳୁ ଅଭିଯୋଗ

Advertisment

ଜଗତସିଂହପୁର ଜିଲ୍ଲାର ଅଳକା ନଦୀ। ଦିନେ ଚିରସ୍ରୋତା ଭାବେ ବିସ୍ତିର୍ଣ୍ଣ ନଦୀପଠା ଓ ନୀଳ ନୀରର ଆଧାର ଥିଲା। ଐତିହାସିକ ଅଳକା ନଦୀ ନିଜର ଅସ୍ତିତ୍ବ ହରାଇଛି। ନାଳ ପାଲଟି ପରିଚୟ ଖୋଜୁଛି। ଦେବୀ ନଦୀର ଶାଖା ନଦୀ।

ଜଗତସିଂହପୁର ଜିଲ୍ଲାର ଅଳକା ନଦୀ। ଦିନେ ଚିରସ୍ରୋତା ଭାବେ ବିସ୍ତିର୍ଣ୍ଣ ନଦୀପଠା ଓ ନୀଳ ନୀରର ଆଧାର ଥିଲା। ଐତିହାସିକ ଅଳକା ନଦୀ ନିଜର ଅସ୍ତିତ୍ବ ହରାଇଛି। ନାଳ ପାଲଟି ପରିଚୟ ଖୋଜୁଛି। ଦେବୀ ନଦୀର ଶାଖା ନଦୀ।

bbsr

କନକବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ଅଳକା ନଦୀ। ଦିନେ ଚିରସ୍ରୋତା ଭାବେ ବିସ୍ତିର୍ଣ୍ଣ ନଦୀପଠା ଓ ନୀଳ ନୀରର ଆଧାର ଥିଲା। ଐତିହାସିକ ଅଳକା ନଦୀ ନିଜର ଅସ୍ତିତ୍ବ ହରାଇଛି। ନାଳ ପାଲଟି ପରିଚୟ ଖୋଜୁଛି। ଦେବୀ ନଦୀର ଶାଖା ନଦୀ। ବିରବର-ପାଟଣାକସପା ଠାରୁ ବାହାରି ଜଗତସିଂହପୁର ଜିଲ୍ଲାର ବିରିଡି, ଜଗତସିଂହପୁର, ନାଉଗାଁ, ବାଲିକୁଦା ଓ ଏରସମା ବ୍ଲକ ଦେଇ ପଟୁଆ ମୁହାଣରେ ସମୁଦ୍ରରେ ମିଶିଛି। ଏବେ ନଦୀକୁ କବଜା କଲେଣି କିଛି ପ୍ରଭାବଶାଳୀ ବ୍ୟକ୍ତି। କୌଶଳକ୍ରମେ ନିଜ ନାଁରେ କରି ବିକ୍ରିଖର୍ଦ୍ଦି କଲେଣି। ଅଟାଳିକାମାନ ନିର୍ମାଣ କଲେଣି,ଫଳରେ ଅଳକା ଆଜି ନିଜର ଅସଲ ପରିଚୟ ଖୋଜୁଛି।

ନିମ୍ନମାନର କାମ ନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ଏହି ଅଳକା ପୁନଃଉଦ୍ଧାର ଓ ଜବରଦଖଲ ଉଚ୍ଛେଦ କାର୍ୟ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ। ଜଗତସିଂହପୁର ପ୍ରଶାସନିକ ସ୍ତରରେ ଅଳକା ନଦୀକୁ ଜବରଦଖକାରୀଙ୍କୁ କବଳରୁ ମୁକ୍ତ କରିବା ପାଇଁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe