ବଲିଉଡର ଖିଲାଡି କୁମାର୍ କୁହାଯାଉଥିବା ଅଭିନେତା ଅକ୍ଷୟ କୁମାର ନିଜ ଫିଲ୍ମ ‘ସ୍କାଇ ଫୋର୍ସ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଅଭିନିତ ଏହି ଫିଲ୍ମ ଜାନୁଆରୀ ୨୪ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଦର୍ଶକ ମଧ୍ୟ ଅକ୍ଷୟଙ୍କ ଫିଲ୍ମ ଦେଖିବା ପାଇଁ ଚାତକ ପରି ଚାହିଁବସିଛନ୍ତି । ଏହାରି ଭିତରେ ଅକ୍ଷୟ ନିଜର ବହୁପ୍ରତିକ୍ଷୀତ ସିନେମା ‘କନ୍ନପା’ ର ଫାଷ୍ଟ୍ ପୋଷ୍ଟର୍ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରିଛନ୍ତି । ଏହି ପୋଷ୍ଟର୍ ଦେଖିବା ପରେ ଫ୍ୟାନ୍ସଙ୍କ ଅପେକ୍ଷାର ଧର୍ଯ୍ୟ ଭାଙ୍ଗିପଡ଼ିଛି କହିଲେ କିଛି ଭୁଲ୍ ହେବନାହିଁ । ଏହି ପୋଷ୍ଟରରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସୁଛନ୍ତି । ତାଙ୍କର ଗୋଟିଏ ହାତରେ ଡ଼ମ୍ବରୁ ଏବଂ ଆର ହାତରେ ତ୍ରୀଶୂଳ ଦେଖିବାକୁ ମିଳୁଛି । ନୀଳକଣ୍ଠ ସାଙ୍ଗକୁ ବେକରେ ରୁଦ୍ରାକ୍ଷ । ଆଃ ସ୍ବୟଂ ଶିବଙ୍କ ଅବିକଳ ପରି ଦିଶୁଛନ୍ତି ଅଭିନେତା । 

Advertisment

akhay

ଅକ୍ଷୟ କୁମାର ପୋଷ୍ଟର୍ ପୋଷ୍ଟ୍ କରିବା ପରେ କ୍ୟାପ୍ସନରେ ଲେଖିଛନ୍ତି , ଭଗବାନ ଶିବ ଆମକୁ ଏ ଦିବ୍ୟ ଯାତ୍ରାରେ ମାର୍ଗଦର୍ଶନ କରିବାର ସତସାହସ ଦିଅନ୍ତୁ । ଓଁ ନମଃ ଶିବାୟ .. ଅଭିନେତାଙ୍କ ପୋଷ୍ଟ୍ ପରେ ଫ୍ୟାନ୍ସ କମେଣ୍ଟରେ ବାଃ ବାଃର ଯେମିତି ବର୍ଷା କରିଛନ୍ତି । କିଏ ଲେଖୁଛନ୍ତି , ଅସଲି ହିରୋ ଅକ୍ଷୟ କୁମାର ତ ଆଉ କିଏ ଲେଖୁଛନ୍ତି , ମହାଦେବଙ୍କ ଭକ୍ତିରେ ବୁଡ଼ିବ ଏ ସଂସାର , ସମସ୍ତଙ୍କ ଆଶା ହେବ ସାକାର .. ହର ହର ମହାଦେବ । 

kajal

‘କନ୍ନପା’ ସିନେମାର ନିର୍ଦ୍ଦେଶନା ମୁକେଶ୍ କୁମାର ସିଂ କରୁଥିବା ବେଳେ ଏହା ଏକ ତେଲୁଗୁ ଭାଷାର ପୌରାଣିକ କଥା । ମହାଦେବଙ୍କ ଭକ୍ତ କନ୍ନପାଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ । ସିନେମାରେ ବିଷ୍ଣୁ ମଞ୍ଚୁ , ମୋହନଲାଲ୍ , କାଜଲ୍ ଅଗ୍ରୱାଲ୍ , ମୋହଲ୍ ବାବୁ ଏବଂ ପ୍ରଭାସ ଭଳି ଷ୍ଟାରକାଷ୍ଟ୍ ନଜର ଆସିବେ । ଚଳିତବର୍ଷର ଶେଷଆଡକୁ ସିନେମା ରିଲିଜ୍ ହେଉଥିବା ନେଇ ଖବର ଆସୁଛି ।  

fdgdgerger