twinkle Photograph: (kanak news)
କନକ ବ୍ୟୁରୋ : ଅକ୍ଷୟ କୁମାର ଓ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡିକୁ ଲୋକମାନେ ବେଶ୍ ପସନ୍ଦ କରନ୍ତି । ନିକଟରେ ଟ୍ବିଙ୍କଲ ଖାନ୍ନା ରାଗିଲେ କଣ କରନ୍ତି ବୋଲି ସ୍ବାମୀ ଅକ୍ଷୟ କୁମାର ଏକ ସୋରେ କହିଛନ୍ତି । ସାଧାରଣତଃ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗି ରହିଥାଏ । ପତ୍ନୀ ରୁଷିବା, ସ୍ବାମୀଙ୍କ ଉପରେ ଅଭିମାନ କରିବା ସବୁଠି ଦେଖିବାକୁ ମିଳିଥାଏ । ହେଲେ ଟ୍ବିଙ୍କଲ ଖାନ୍ନା ରାଗିଗଲେ ଏମିତି କିଛି କରନ୍ତି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଏକ ସୋ' ଦ ହ୍ବିଲ୍ ଅଫ୍ ସୋକର ପ୍ରୋମୋ ପାଇଁ ସୁପରଷ୍ଟାର ଅକ୍ଷୟ କୁମାର , ଅଭିନେତ୍ରୀ ଜେନେଲିଆ ଡିସୋଜା ଏବଂ ତାଙ୍କ ସ୍ବାମୀ ରିତେଶ ଦେସମୁଖ୍ ଏକ ରିଆଲିଟି ସୋରେ ସାମିଲ୍ ହୋଇଥିଲେ ।
ରିତେଶ ତାଙ୍କ ପତ୍ନୀ ଜେନେଲିଆଙ୍କ ବିଷୟରେ ଅନେକ କିଛି ମଜା କଥା କହିଥିଲେ । ଜେନେଲିଆ ମଧ୍ୟ ତାଙ୍କ କଥାରେ ଅନେକ ହସିଥିଲେ । ପ୍ରୋମୋର ଆରମ୍ଭରେ ଷ୍ଟାର୍ ଅକ୍ଷୟ କୁମାର ପଚାରିଥିଲେ ଯେ ବିବାହକୁ କେତେ ବର୍ଷ ହେଲା ? ଏହି ପ୍ରଶ୍ମର ଉତ୍ତରରେ ରିତେଶ କହିଥିଲେ ଯେ ଜେନେଲିଆଙ୍କୁ ସେ ୧୦ ବର୍ଷ ଧରି ଡେଟ୍ କରିଥିଲେ ଏବଂ ପରେ ୧୪ ବର୍ଷ ହେବ ବିବାହ ବନ୍ଧନରେ ଉଭୟ ସାମିଲ ହୋଇ ରହିଛନ୍ତି । ଦୁହେଁ ବେଶ୍ ଖୁସିରେ ଅଛନ୍ତି ବୋଲି ଉଭୟ ଖୁସି ବ୍ୟକ୍ତ କରିଛନ୍ତି । ଏହାପରେ ପରେ ଅଭିନେତା ଅକ୍ଷୟ କୁମାର ମଧ୍ୟ ତାଙ୍କ ବିବାହକୁ ୨୫ ବର୍ଷ ପୁରିଛି ବୋଲି କହିଥିଲେ । ଏହ ମଧ୍ୟ କହିଥିଲେ ଯେ ପତ୍ନୀଙ୍କ ଉପରେ କେମିତି ନ ରାଗିବା ପାଇଁ ।
ଅଧିକ ପଢନ୍ତୁ : ବ୍ରେକ୍ ନେଲେ ନେହା ! କହିଲେ, ସୋସିଆଲ ମିଡିଆ ଆଉ ଭଲଲାଗୁନି ଟିକେ ଶାନ୍ତି ଦରକାର
ପତ୍ନୀଙ୍କୁ କ୍ଷମା ନମାଗିଲେ ତାର ପରିଣାମ କଣ ହୁଏ ବୋଲି ଅତି ମଜାକିଆ ଢଙ୍ଗରେ ଉପସ୍ଥାପନ କରିଥିଲେ । ଏହା ପରେ ଅକ୍ଷୟ ଟ୍ବିଙ୍କଲ ଖାନ୍ନାଙ୍କ ବିଷୟରେ ଏକ ରହସ୍ୟମୟ କଥା ସାମ୍ନାକୁ ଆଣିଥିଲେ । ଅଭିନେତା ଅକ୍ଷୟ କହିଥିଲେ ଯେ ଯେତେବେଳେ ପତ୍ନୀ ଟ୍ବିଙ୍କଲ୍ ଖାନ୍ନା ତାଙ୍କ ଉପରେ ରାଗିଥାନ୍ତି ସେତେବେଳେ ତାଙ୍କ ବିଛଣା ଓଦା ହୋଇଥାଏ । ଏଇଥିପାଇଁ ଯେ ପତ୍ନୀ ଟ୍ବିଙ୍କଲ ଖାନ୍ନା ଶୋଇବା ବିଛଣାରେ ପାଣି ଆଣି ଢାଳିଦିଅନ୍ତି । ଅକ୍ଷୟଙ୍କ ଏହି କଥା ଶୁଣି ରିତେଶ ଓ ଜେନେଲିଆ ଠୋ ଠୋ କରି ହସି ଉଠିଥିଲେ । ସୋରେ ମଧ୍ୟ ସମସ୍ତେ ଢେର ସାରା ହସିଥିଲେ। ସୂଚନା ଅନୁସାରେ ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ୍ ଖାନ୍ନାଙ୍କ ବିବାହ ୧୭ ଜାନୁଆରି ୨୦୦୧ମସିହାରେ ସମ୍ପର୍ଣ୍ଣ ହୋଇଥିଲା ।
ବିବାହ ଉତ୍ସବରେ କେବଳ କିଛି ଖାସ୍ ସାଙ୍ଗ ଏବଂ ପରିବାର ଲୋକେ ସାମିଲ ହୋଇଥିଲେ । ଉଭୟଙ୍କ ୨ଟି ପିଲା ମଧ୍ୟ ଅଛନ୍ତି । ଜଣେ ପୁଅ ଆରବ ଏବଂ ଅନ୍ୟ ଜଣେ ଝିଆ ନିତାରା । ଏହି ରୋମାଣ୍ଟିକ୍ କପଲ୍ ସବୁବେଳେ ସୋସିଆଲ୍ ମିଡିଆରେ ନିଜର ଷ୍ଟୋରୀ ସେୟାର୍ କରନ୍ତି । ଜଣାପଡେ ଯେ ଉଭୟଙ୍କ ମଧ୍ୟରେ ବେଶ୍ ଭଲ ସମ୍ପର୍କ ଅଛି ବୋଲି । ଅକ୍ଷୟ କୁମାରଙ୍କ ନୂଆ ରିଆଲିଟି ସୋ ଦ ହ୍ବିଲ୍ ଅଫ୍ ଫର୍ଚୁନ୍ ୨୭ ଜାନୁଆରି ରାତି ୯ଟାକେ ସୋନି ଲାଇଭ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଅଛି । ଏହାକୁ ବାଦ୍ ଦେଇ ଅକ୍ଷୟଙ୍କ ପାଖରେ ଡାଇରେକ୍ଟର ପ୍ରିୟଦର୍ଶନ ଫିଲ୍ମ ଭୂତ ବଙ୍ଗଳା ବି ଅଛି । ଯାହା ୧୫ ମେ ୨୦୨୬ରେ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ ପରେଶ୍ ରାୱଲ୍ ଏବଂ ୱେମିକା ଗାବି ମୁଖ୍ୟ ଚରିତ୍ରରେ ନଜର ଆସିବେ ।
Follow Us