କନକ ବ୍ୟୁରୋ: ତାମିଲନାଡୁରେ ନିର୍ଦ୍ଦେଶକ ପା. ରଞ୍ଜିଥଙ୍କ ଫିଲ୍ମ 'ଆର୍ୟା'ର ସୁଟିଂ ସମୟରେ ଷ୍ଟଣ୍ଟ ଚାଲିଥିଲା । ଏହି ଷ୍ଟଣ୍ଟ କରୁଥିବା ବେଳେ ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୁଃଖଦ ଦୁର୍ଘଟଣା ପରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଥିବା ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନଙ୍କ ପାଇଁ ବୀମା କରିଛନ୍ତି । ଅକ୍ଷୟ କୁମାର ସାରା ଭାରତରେ ପ୍ରାୟ ୭୦୦ଜଣ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନମାନଙ୍କ ପାଇଁ ଜୀବନ ବୀମା କରାଇଛନ୍ତି । ଅକ୍ଷୟ କୁମାରଙ୍କ ଏହି ପଦକ୍ଷେପରେ, ଆକ୍ସନ୍ କ୍ରୁ ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ବୀମା ଦିଆଯାଇଛି । ଷ୍ଟଣ୍ଟମ୍ୟାନମାନଙ୍କ ପାଇଁ ଅକ୍ଷୟଙ୍କ ଏହି ବଡ଼ ପଦକ୍ଷେପକୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରା ଯାଉଛି ।
୬୫୦ ଷ୍ଟଣ୍ଟମ୍ୟାନଙ୍କ ବୀମା କରିଛନ୍ତି ଖିଲାଡ଼ି କୁମାର ; ଅକ୍ଷୟଙ୍କ ବଡ଼ ହୃଦୟଙ୍କୁ ମିଳୁଛି ସାଧୁବାଦ୍
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଥିବା ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନଙ୍କ ପାଇଁ ବୀମା କରିଛନ୍ତି । ଅକ୍ଷୟ କୁମାର ସାରା ଭାରତରେ ପ୍ରାୟ ୭୦୦ଜଣ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନମାନଙ୍କ ପାଇଁ ଜୀବନ ବୀମା କରାଇଛନ୍ତି ।
/kanak/media/media_files/2025/07/19/akhyay-kumar-2025-07-19-11-56-02.jpg)