କନକ ବ୍ୟୁରୋ: ବଲିଉଡର ଖିଲାଡ଼ି କୁହାଯାଉଥିବା ଅକ୍ଷୟ କୁମାରଙ୍କ କାମକୁ ନେଇ ଖୁବ୍ ଚର୍ଚ୍ଚା । ଖୁବ୍ କମ୍ ସମୟରେ କିଭଳି ଫିଲ୍ମ ସୁଟିଂ ଶେଷ କରିଦିଅନ୍ତି ଅକ୍ଷୟ ? ତାଙ୍କୁ ଏତେ କାମ କରିବା କ’ଣ ଦରକାର? ଏଭଳି ଅନେକ ପ୍ରଶ୍ନ ଆସିବା ପରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଅକ୍ଷୟ । 

Advertisment

ଅକ୍ଷୟ କହିଛନ୍ତି , ’ମୋତେ ଭିନ୍ନ ଭିନ୍ନ ଚରିତ୍ର କରିବାକୁ ଭଲ ଲାଗେ । ତା’ଛଡ଼ା କାମ କରିବିନି କାହିଁକି ? କିଛି ଲୋକ କହୁଛନ୍ତି ମୁଁ ବଷର୍କୁ କାହିଁକି ୪ଟା ଲେଖାଏଁ ଫିଲ୍ମ କରୁଛି ? କିନ୍ତୁ ମୁଁ ବୁଝିପାରୁନି ଏମିତି କରିବିନି ବା କାହିଁକି ? କାମ ତ ମିଳୁଛି ସେଥିପାଇଁ କରୁଛି । ଅବଶ୍ୟ କିଛି ଫିଲ୍ମ ବକ୍ସ ଅଫିସରେ ଜମୁଛି ଆଉ କିଛି ଚାଲୁନି । ଯେମିତି ପ୍ରତି ମଣିଷଙ୍କୁ ପ୍ରତିଦିନ କାମରେ ଯିବାର ଅଛି ବା ଅଫିସ ଯିବାକୁ ପଡ଼ୁଛି ମୁଁ ବି ସେହିପରି କାମ କରୁଛି । ମୁଁ ଘରେ ବସି କହିପାରିବିନି ଯେ, ଏବେ ଟିକେ ରହିଯାଏ ଆଉ କିଛି ଦିନ ଗଲେ କାମ କରିବି । ମୁଁ ୪ଟି ଫିଲ୍ମ ଏଥିପାଇଁ କରୁଛି କାରଣ ମୋତେ ଅଲଗା ଅଲଗା ଚରିତ୍ର ମିଳୁଛି , ଯାହାକୁ କରି ମୋତେ ଖୁବ୍ ଖୁସି ଲାଗୁଛି । ମୋର କାମ ଜଣେ ସାଧାରଣ ଲୋକର ଦୈନନ୍ଦିନ କାମ ପରି । ମୁଁ ଏଥିରୁ ବିରାମ ନେବାକୁ ଚାହେନା ’।