କନକ ବ୍ୟୁରୋ : ମୁମ୍ବାଇରେ ସାଇବର ସଚେତନତା ମାସର ଅକ୍ଟୋବର ୨୦୨୫ର ଶୁଭାରମ୍ଭ ହୋଇଯାଇଛି । ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ଏବଂ ବଲିଉଡ୍‌ ଆକ୍ସନ ହିରୋ ଅକ୍ଷଯ କୁମାର ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ମହାରାଷ୍ଟ୍ର ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିଲା । ସେଠାରେ ଅକ୍ଷୟ କୁମାର ନିଜ ଝିଅ ସହ ଘଟିଥିବା ସାଇବର ଅପରାଧ ବିଷୟରେ ସମସ୍ତଙ୍କ ସହ ସେୟାର କରିଥିଲେ ଏବଂ ସଚେତନ ମଧ୍ୟ କରାଇଥିଲେ । 

Advertisment

ସାଇବର ସଚେତନତା କାର୍ଯ୍ୟକ୍ରମରେ ଅକ୍ଷୟ କୁମାର କହିଥିଲେ ଯେ " କିଛି ମାସ ପୂର୍ବେ ମୋ ଘରେ ଘଟିଥିବା ଏକ ଘଟଣା ବିଷୟରେ ମୁଁ ଆପଣଙ୍କୁ କହିବାକୁ ଚାହୁଛି । ମୋର ୧୨ ବର୍ଷର ଝିଅ ଅନଲାଇନ୍ ଗେମ୍ ଖେଳୁଥିଲା ଏବଂ ଅନେକ ଲୋକ ସେହି ଖେଳରେ ଅଂଶଗ୍ରହଣ କରୁଥିଲେ ଯାହାକୁ ଆମେ ଜାଣିନାହୁଁ । ସେମାନଙ୍କ ମଧ୍ୟରୁ ଜଣଙ୍କର ମେସେଜ୍‌ ଆସେ କି ବହୁତ ଭଲ ଖେଳୁଛ , ଭେରି ଗୁଡ୍ ଏବଂ ତା'ପରେ ପୁଣି ମେସେଜ୍‌ ଆସେ, 'ତୁମେ କେଉଁଠି ରହୁଛ ?' ତୁମେ ପୁଅ ନା ଝିଅ ?' ଏହାର ଉତ୍ତର ମୋ ଝିଅ ଦେଉ ଦେଉ ହଠାତ୍ ସେ ଅଶ୍ଳୀଳ ଫଟୋ ମାଗିବା ଆରମ୍ଭ କରେ । ଏ କଥା ପ୍ରଥମେ ସେ ପ୍ରଥମେ ମୋ ସ୍ତ୍ରୀକୁ କହିଥିଲା ଏବଂ ଆମେ ତାକୁ ସଚେତନ କରାଇଲୁ ।"

ଶେଷରେ ଅକ୍ଷୟ କୁହନ୍ତି କି ,  "ଏହା ଭଲ ଯେ ମୋ ଝିଅ ଏହି ସମସ୍ୟାକୁ ତାଙ୍କ ମାଆଙ୍କ ସହ ସେୟାର କଲା । ଏହା ମଧ୍ୟ ଏକ ପ୍ରକାରର ସାଇବର ଅପରାଧ ଏବଂ ଏହା ଏହିପରି ଆରମ୍ଭ ହୁଏ । କିନ୍ତୁ କିଛି କ୍ଷେତ୍ରରେ ଝିଅମାନେ ଅସୁବିଧାରେ ପଡ଼ିଲେ କାହା ସହ ସେୟାର କରନ୍ତି ନାହିଁ । ଯହାକି ବହୁତ ବଡ଼ ଅସୁବିଧା ପାଲଟିଯାଏ । ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‌ନାଭିସଙ୍କୁ ଅନୁରୋଧ କରୁଛି ଯେ ଯେପରି ପିଲାମାନେ ସ୍କୁଲରେ ଇତିହାସ , ଗଣିତ ସହ ଅନ୍ୟାନ୍ୟ ବିଷୟବସ୍ତୁ ପଢ଼ୁଛନ୍ତି ସେହିପରି ପିଲାମାନଙ୍କୁ ସାଇବର ବିଷୟରେ ମଧ୍ୟ ଶିକ୍ଷା ଦିଆଯିବା ଉଚିତ୍ । ଡିଜିଟାଲ୍ ଦୁନିଆକୁ ବୁଝିବା ପାଇଁ ପିଲାମାନଙ୍କ ପାଇଁ ଏହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ।"