ଷ୍ଟଣ୍ଟ୍‌ମ୍ୟାନଙ୍କ ପାଇଁ ଅକ୍ଷୟଙ୍କ ଚିନ୍ତା, ୭୦୦  ଷ୍ଟଣ୍ଟମ୍ୟାନ୍‌ଙ୍କର କରାଇଲେ ବୀମା

Advertisment

ଷ୍ଟଣ୍ଟ୍‌ମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ପରେ ଚିନ୍ତା ଘାରିଥିଲା ଅକ୍ଷୟ କୁମାରଙ୍କୁ

ଷ୍ଟଣ୍ଟ୍‌ମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ପରେ ଚିନ୍ତା ଘାରିଥିଲା ଅକ୍ଷୟ କୁମାରଙ୍କୁ

ଷ୍ଟଣ୍ଟ୍‌ମ୍ୟାନଙ୍କ ପାଇଁ ଅକ୍ଷୟଙ୍କ ଚିନ୍ତା

ଷ୍ଟଣ୍ଟ୍‌ମ୍ୟାନଙ୍କ ପାଇଁ ଅକ୍ଷୟଙ୍କ ଚିନ୍ତା Photograph: (Kanaknews)

କନକ ବ୍ୟୁରୋ: ନିକଟରେ ତାମିଲ ଫିଲ୍ମ 'ଭେଟ୍ଟୁଭମ୍'ର ସୁଟିଂ ସେଟରେ ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତକୁ ସ୍ତବ୍ଧ କରିଦେଇଥିଲା । ଫିଲ୍ମ ସେଟରେ କାର୍ଯ୍ୟ କରୁଥିବା ଷ୍ଟଣ୍ଟ କଳାକାରଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଦୁଃଖଦ ଘଟଣା ପରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଷ୍ଟଣ୍ଟ କଳାକାରଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ୍‌ର ପ୍ରାୟ ୬୫୦ରୁ ୭୦୦ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟୱିମେନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଜୀବନ ବୀମା କରାଇଛନ୍ତି ଅକ୍ଷୟ ମାହାନ୍ତି । ଏହି ବୀମା ପଲିସିରେ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ଜନିତ କଭରେଜ୍ ସାମିଲ ରହିଛି ।

 
ସୂଚନାମୁତାବକ, ଏକ ଫିଲ୍ମର ସୁଟିଂ ସମୟରେ ଏକ କାର୍ ଷ୍ଟଣ୍ଟ କରିବା ବେଳେ ଏସଏମ ରାଜୁଙ୍କ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଣ୍ଡଷ୍ଟ୍ରିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା । ଏହି ଘଟଣା ପରେ ଅକ୍ଷୟ କୁମାର, ଯିଏ ନିଜେ ଜଣେ ମାର୍ଶାଲ ଆର୍ଟିଷ୍ଟ ଏବଂ ଆକ୍ସନ ହିରୋ ଭାବରେ ପରିଚିତ, ଷ୍ଟଣ୍ଟ କର୍ମଚାରୀଙ୍କ ଦୁର୍ଦ୍ଦଶାକୁ ଗଭୀର ଭାବେ ଅନୁଭବ କରିଥିଲେ । ସେ ସଙ୍ଗେ ସଙ୍ଗେ ବଲିଉଡ୍‌ର ପ୍ରାୟ ୭୦୦ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟୱିମେନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଜୀବନ ବୀମା କରାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe