କନକ ବ୍ୟୁରୋ : ବଲିଉଡର ଖିଲାଡ଼ି କୁମାର ଅର୍ଥାତ ଅଭିନେତା ଅକ୍ଷୟ କୁମାର ଆଜି ନିଜର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅକ୍ଷୟଙ୍କୁ ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରିର ଅନ୍ୟ ତାରକା ଶୁଭେଚ୍ଛା ଜଣାଉଛନ୍ତି । ତେବେ ଅଭିନେତା ନିଜେ ତାଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ଅକ୍ଷୟ ତାଙ୍କ କ୍ୟାରିଅର୍ ଏବଂ ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରିବା ସହ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ ଏକ ସ୍ୱତନ୍ତ୍ର ନୋଟ୍ ମଧ୍ୟ ଲେଖିଛନ୍ତି । ଅକ୍ଷୟ ଯେଉଁ ଫଟୋ ସେୟାର୍ କରିଛନ୍ତି ସେଥିରେ ତାଙ୍କ କ୍ୟାରିଅରରେ ଅଭିନୟ କରିଥିବା ବିଭିନ୍ନ ଚରିତ୍ର ନଜର ଆସୁଛନ୍ତି । ଖିଲାଡ଼ି କୁମାର ପୋଷ୍ଟ୍ ସହିତ କ୍ୟାପ୍ସନରେ ଲେଖିଛନ୍ତି, ‘୫୮ ବର୍ଷର ପରିଶ୍ରମ, ଇଣ୍ଡଷ୍ଟ୍ରିରେ ୩୪ ବର୍ଷ, ୧୫୦ ରୁ ଅଧିକ ଚଳଚ୍ଚିତ୍ର ଏବଂ କାଉଣ୍ଟ୍ ଏବେ ବି ଜାରି ରହିଛି । ଯେଉଁମାନେ ମୋ ଉପରେ ବିଶ୍ୱାସ କରି ଟିକେଟ୍ କିଣିଛନ୍ତି, ଯେଉଁମାନେ ମୋତେ ସାଇନ୍ କରିଛନ୍ତି, ମୋତେ ପ୍ରଡ୍ୟୁସ୍ କରିଛନ୍ତି, ମୋତେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ମୋତେ ମାର୍ଗଦର୍ଶନ କରିଛନ୍ତି, ସମସ୍ତଙ୍କ ପାଇଁ ଆଜି ମୁଁ ଏଇଠି । ଏଇଠି ପହଞ୍ଚିବାରେ ଯେତିକି ମୋର ଯାତ୍ରା, ସେତିକି ଆପଣଙ୍କର ମଧ୍ୟ । ମୁଁ ଆପଣଙ୍କ ବିନା କିଛି ନୁହେଁ, ମୋ ଜନ୍ମଦିନ ସେହି ସମସ୍ତଙ୍କୁ ସମର୍ପିତ ଯେଉଁମାନେ ଏବେ ବି ମୋ ଉପରେ ବିଶ୍ୱାସ କରନ୍ତି । ସମସ୍ତଙ୍କୁ ଧନ୍ୟବାଦ ଏବଂ ସମସ୍ତଙ୍କ ପାଇଁ ଭଲପାଇବା ଓ ପ୍ରାର୍ଥନା । ଆପଣଙ୍କର ଅକ୍ଷୟ ।’ ଶେଷରେ ଅକ୍ଷୟ ତାଙ୍କ ପୋଷ୍ଟରେ ଜୟ ମହାକାଳ ଲେଖି ଶେଷ କରିଛନ୍ତି ।
ତାଙ୍କର ଏହି ପୋଷ୍ଟରେ ଅକ୍ଷୟ ରାହୁଲ ନନ୍ଦଙ୍କୁ ସ୍ୱତନ୍ତ୍ର ଫଟୋ ତିଆରି କରିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି, ‘ମୋ ଜୀବନର ପ୍ରତିଟି କାମକୁ ମୋର ପ୍ରିୟ ଲୋକମାନଙ୍କ ପାଇଁ, ମୋ ପ୍ରଶଂସକମାନଙ୍କ ପାଇଁ ପ୍ରସ୍ତୁତ କରିଥିବାରୁ ରାହୁଲ ନନ୍ଦଙ୍କୁ ବହୁତ ବହୁତ ଧନ୍ୟବାଦ ।’ ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହା ଉପରେ କମେଣ୍ଟ ସେକ୍ସନରେ ମଧ୍ୟ ପ୍ରତିକ୍ରିୟା ଦେଇ ତାଙ୍କ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/09/akshay-kumar-2025-09-09-14-36-06.jpg)