ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ୍  ; ଅକ୍ଷର ଧରିବେ ଟିମ୍ ମଙ୍ଗ

ଆଇପିଏଲରେ ଏଥର ନୂଆ ଦାୟିତ୍ହ ; ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ ,  ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଅକ୍ଷର ପଟେଲ ସମ୍ଭାଳିବେ ଏବେ ଟିମର ମଙ୍ଗ

akhyar patel

akhyar patel Photograph: (KanakNews)

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା । ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ । ଆଇପିଏଲ ୨୦୨୫ ପାଇଁ ସବୁ ଟିମ୍ ନିଜର ଅଧିନାୟକ ଚୟନ କରିସାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷରେ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଅକ୍ଷର ପଟେଲଙ୍କୁ ଦଳର ମୁଖିଆ ଦାୟିତ୍ୱ ଦିଆଯାଇଛି । କେ ଏଲ୍ ରାହୁଲ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅକ୍ଷରଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଛି । 

୨୦୧୯ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳି ଆସୁଛନ୍ତି ଅକ୍ଷର ପଟେଲ । ଅକ୍ଷରଙ୍କ ପାଖରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନାହିଁ । ତଥାପି ଦଳ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି । ଏହି ବର୍ଷ ଇଂଲଣ୍ତ ବିପକ୍ଷ ସିରିଜରେ ଟିମ୍ ଇଣ୍ତିଆର ଉପଅଧିନାୟକ ଦାୟିତ୍ୱ ଅକ୍ଷରଙ୍କୁ ଦିଆଯାଇଥିଲା । ୨୦୨୪-୨୫ ମୁସ୍ତାକ୍ ଅଲ୍ଲୀ ଏବଂ ବିଜୟ ହଜାରେ ଟ୍ରଫିରେ ସେ ଗୁଜରାଟ ପକ୍ଷରୁ ଅଧିନାୟକ ଭାର ସମ୍ଭାଳି ଥିଲେ । ପୂର୍ବବର୍ଷ ଆଇପିଏଲରେ ଋଷଭ ଗୋଟିଏ ମ୍ୟାଚରେ ବ୍ୟାନ୍ ଥିବା ବେଳେ ସେ କ୍ୟାପ୍ଟେନସିପ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe