ବ୍ୟାରିକେଡ୍ ଡେଇଁଲେ ଅଖିଳେଶ ; 'ଭୋଟ୍ ଚୋରି' ଅଭିଯୋଗରେ କରୁଥିଲେ ବିକ୍ଷୋଭ ପଦର୍ଶନ

Advertisment

ପଦଯାତ୍ରା ସମୟରେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍ ଲଗାଇଥିଲା, କିନ୍ତୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବ୍ୟାରିକେଡ୍ ଉପରେ ଚଢ଼ି ଡେଇଁ ପଡ଼ିଥିଲେ । ଏହି ଘଟଣାର ଦୃଶ୍ୟ ଖୁବ୍‌ କମ୍ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପଦଯାତ୍ରା ସମୟରେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍ ଲଗାଇଥିଲା, କିନ୍ତୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବ୍ୟାରିକେଡ୍ ଉପରେ ଚଢ଼ି ଡେଇଁ ପଡ଼ିଥିଲେ । ଏହି ଘଟଣାର ଦୃଶ୍ୟ ଖୁବ୍‌ କମ୍ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

36

କନକ ବ୍ୟୁରୋ : 'ଇଣ୍ଡିଆ' ମେଣ୍ଟର ସାଂସଦମାନେ SIR ଏବଂ "ଭୋଟ ଚୋରି" ବିରୋଧରେ ଆଜି ସଂସଦ ଭବନରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରି ବିକ୍ଷୋଭ ପଦର୍ଶନ କରିଛନ୍ତି । ଏହି ପଦଯାତ୍ରା ସମୟରେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍ ଲଗାଇଥିଲା, କିନ୍ତୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବ୍ୟାରିକେଡ୍ ଉପରେ ଚଢ଼ି ଡେଇଁ ପଡ଼ିଥିଲେ । ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିରୋଧୀ ଦଳର ଏହି ପଦଯାତ୍ରାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ତୃଣମୂଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ସାମିଲ ହୋଇଛନ୍ତି । ନେତାମାନେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଆଡ଼କୁ ଯିବା ଆରମ୍ଭ କରିବା ମାତ୍ରେ ଦିଲ୍ଲୀ ପୁଲିସ୍ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍ ଲଗାଇଥିଲା । ଏହି ସମୟରେ ଅଖିଳେଶ ଯାଦବ ବ୍ୟାରିକେଡ୍ ଡେଇଁ ଏହାକୁ ପାର୍ କରିବାକୁ ଚେଷ୍ଟା କରିଥିଲେ । ଟିଏମସି ସାଂସଦ ମହୁଆ ମୋଇତ୍ରା ମଧ୍ୟ ବ୍ୟାରିକେଡ୍‌ ଡେଇଁଥିବାର ଦେଖିବାକୁ ମିଳିଥିଲା ।

ବିହାରରେ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ତୀବ୍ର ସଂଶୋଧନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ହୋଇଥିବା କଥିତ "ଭୋଟର ଜାଲିଆତି" ବିରୋଧରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା । ସାଂସଦମାନେ ମୁଣ୍ଡରେ ଧଳା ଟୋପି ପିନ୍ଧିଛନ୍ତି , ଯେଉଁଥିରେ 'SIR' ଏବଂ 'ଭୋଟ୍ ଚୋରି' ଲେଖାଯାଇ ତା' ଉପରେ ଲାଲ୍ ରଙ୍ଗର କ୍ରସ୍ ଚିହ୍ନ ଦିଆଯାଇଥିଲା ।
ଅନ୍ୟପଟେ ଏହି ପଦଯାତ୍ରା ପାଇଁ କୌଣସି ଅନୁମତି ନିଆଯାଇନଥିବା ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ଭୋଟ୍ ଜାଲିଆତି ଅଭିଯୋଗ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଗଷ୍ଟ ୭ ତାରିଖରେ ଭୋଟର ତାଲିକାରେ ଜାଲିଆତି ଅଭିଯୋଗ ଆଣିବା ପରେ ବିରୋଧୀ ଦଳମାନଙ୍କର ଏହା ପ୍ରଥମ ବଡ଼ ବିରୋଧ ପ୍ରଦର୍ଶନ । ସେ ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା କ୍ଷେତ୍ରର ତଥ୍ୟ ସାମ୍ନାକୁ ଆଣି ଅଭିଯୋଗ କରିଥିଲେ ଯେ ଭୋଟର ତାଲିକାରେ ହେରଫେର କରି "ଭୋଟ ଚୋରି"ର ଏକ ମଡେଲ ଭାରତୀୟ ଜନତା ପାର୍ଟିକୁ ଫାଇଦା ଦେବା ପାଇଁ ଲାଗୁ କରାଯାଇଛି ।

ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ୧,୦୦,୨୫୦ ଭୋଟ୍ ଚୋରି କରାଯାଇଛି । ଗତ ଲୋକସଭା ନିର୍ବାଚନରେ ବିଜେପି ଏହି ଆସନଟିକୁ ମାତ୍ର ୩୨,୭୦୭ ଭୋଟ ବ୍ୟବଧାନରେ ଜିତିଥିଲା । ଏହି ଅଭିଯୋଗ ପରେ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରି ତାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ ପ୍ରମାଣ ମଧ୍ୟ ମାଗିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe