କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେ ଦାବି କରିଛନ୍ତି ଯେ ଓଡ଼ିଶାକୁ ଦରକାର ଜାତିଗତ ଜନଗଣନା । ସେ କହିଛନ୍ତି, ପୂର୍ବରୁ ଜାତି ଜନ ଗଣନାକୁ ନେଇ କଂଗ୍ରେସ ସହ ଲଢେଇ ହୋଇଛି । ଏବେ କଂଗ୍ରେସ ବି ଜାତି ଜନ ଗଣନାକୁ ସ୍ୱୀକାର କରିଛି । ପୀଡିତ ଓ ଦୁଃଖୀଙ୍କୁ ସାଙ୍ଗରେ ନେଇ ଆମେ ସମ୍ବିଧାନ ବଞ୍ଚାଇବାକୁ ଚାଲିବୁ । ଯେବେ ସମ୍ବିଧାନ ଦୁର୍ବଳ ହେବ ଲୋକ ତନ୍ତ୍ର ଦୁର୍ବଳ ହେବ । ଓଡିଶାରେ ଶ୍ରୀକାନ୍ତ ଜେନା ସମ୍ବିଧାନ ବଞ୍ଚାଇବାକୁ ଲଢେଇ କରୁଛନ୍ତି ବୋଲି କହିଛନ୍ତି ଅଖିଳେଶ । 

Advertisment

ଏହି ଅବସରରେ ୟୁପିର ଉଦାହରଣ ଦେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ୟୁପିରେ ଡବଲ ଇଂଜିନ ସହ ଡବା ବି ଟକ୍କର ମାରୁଛି । ଓଡିଶାରେ ଇଂଜିନ କେମିତି ଚାଲୁଛି ଜଣା ନାହିଁ । ଏଠି ଓଡିଶାର ଇଂଜିନ ଆଗରେ ଅଛି ନା ଦିଲ୍ଲୀ ଇଂଜିନ ଆଗରେ ଜଣା ନାହିଁ ବୋଲି କଟାକ୍ଷ କରିଛନ୍ତି ଅଖିଳେଶ । ଏହାସହ ଇଣ୍ଡି ମେଣ୍ଟ ଉପରେ ମଧ୍ୟ ଆଲୋଚନା କରିଛନ୍ତି । କହିଛନ୍ତି,ଇଣ୍ଡି ମେଣ୍ଟ ଆଗକୁ ବଢ଼ୁଛି। 

ଅନ୍ୟପଟେ ଅଖିଲେଶଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଅଖିଳେଶ ଯାଦବ ଇଣ୍ଡି ମେଣ୍ଟର ଜଣେ ଅଂଶୀଦାର । ୟୁପିରେ ଗୁଣ୍ଡାରାଜ, ଅରାଜକତା ବଢ଼ିବାରୁ ସେ କ୍ଷମତାରୁ ବିତାଡ଼ିତ ହେଲେ । ସେ ଏବେ କ’ଣ ଇଡିକୁ ବନ୍ଦ କରିବାକୁ କହିବେ କହି ଟାର୍ଗେଟ୍ କରିଛନ୍ତି ମନମୋହନ ।