କନକ ବ୍ୟୁରୋ: ସମାଜବାଦି ପାର୍ଟି ଓ କଂଗ୍ରେସ ମଧ୍ୟରେ କିଛି ଠିକ ନାହିଁ । ଜାତୀୟ ଗଣମାଧ୍ୟମ୍ୟ ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନରେ ଉଭୟ ଦଳ ଏକାଠି ନଲଢ଼ିପାରନ୍ତି । ଚର୍ଚ୍ଚା ଏଥିପାଇଁ ହେଉଛି କାରଣ କଂଗ୍ରେସ ଯେଉଁ ୫ଟି ଆସନ ଦାବି କରିଥିଲା ସେଥିମଧ୍ୟରୁ କେବଳ ଦୁଇଟି ଆସନ ଅଫର ଦେଇଛି ସପା । ଯାହାକୁ ନେଇ ରାହୁଲ ଗାନ୍ଧୀ ଅସନ୍ତୋଷ ପ୍ରକାଶ କରିବା ସହ ଏକାଠି ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସକୁ ଅଲ୍ଲୀଗଡର ଖେର ଓ ଗାଜିଆବାଦ ଆସନ ଛାଡିଛି ସପା । ଫଲପୁ ର  ଆସନ ଯାହାକି କଂଗ୍ରେସର ପାରମ୍ପରିକ ଆସନ । ଏହି ଆସନ କଂଗ୍ରେସର ପ୍ରମୁଖ ଦାବିଦାର ଆସନ ଥିଲା କିନ୍ତୁ ଏହାକୁ ନଦେଇ ପୂର୍ବରୁ ହିଁ ସପା ଏହା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଯାହାକୁ ନେଇ ଉଭୟ ଦଳ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇସାରିଛି । ସେପଟେ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ସପା ମିଳିତ ଭାବେ ଲଢ଼ିଥିଲେ ବି ଆଶାନାରୁପକ ସଫଳତା ପାଇନଥିଲେ । କଂଗ୍ରେସର ପ୍ରଦର୍ଶନକୁ ନେଇ ସପା ଖୁସିନଥିବା ଯୋଗୁଁ ପ୍ରମୁଖ ଆସନ ନିଜ ପାଖରେ ରଖିବାକୁ ଚାହୁଁଥିବା କୁହାଯାଉଛି ।