କନକ ବ୍ୟୁରୋ : ଲଗାତାର ଦୁଇ ଦିନ ହେବ ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ଉଠୁଛି ପଡୁଛି ସଂସଦର ଉଭୟ ଗୃହ । ମଙ୍ଗଳବାର ଏହି ପ୍ରସଙ୍ଗ ପୁଣି ଉଠାଇ ସରକାରଙ୍କଠୁ ଅଘଟଣ ଦିନର ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି ସପା ସାଂସଦ ଅଖିଳେଶ ଯାଦବ । ୪୫ ମିନିଟ ଧରି ଲଗାତାର ଅଘଟଣକୁ ନେଇ ବିବୃତି ରଖିବା ସହ ଅଖିଳେଶ ଯୋଗୀ ଓ ମୋଦୀ ସରକାରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ମଧ୍ୟ ଆଣିଛନ୍ତି। ଅଖିଳେଶ ପଚାରିଛନ୍ତି

Advertisment

-ପ୍ରୟାଗରାଜ କୁମ୍ଭମେଳା ମହା ଆୟୋଜନରେ ବିଭ୍ରାଟ କାରଣ କ’ଣ?
-କେମିତି ଘଟିଲା ଏତେ ବଡ ଅଘଟଣ?
-ଦଳାଚକଟାରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି?
-କାହିଁକି ସରକାର ସର୍ବଦଳୀୟ ବୈଠକ ଡାକି ସମ୍ପୂର୍ଣ୍ଣ ତଥ୍ୟ ଦେଉନାହାଁନ୍ତି?
-ନିଜ ବିଫଳତା ଲୁଚାଇବାକୁ ସତ ଲୁଚାଉଛନ୍ତି କି ଯୋଗୀ ସରକାର? 


ସେପଟେ ବିଜେପି ବିରୋଧୀଙ୍କୁ ପାଲଟା ଜବାବ ଦେବାରେ ତିଳେ ହେଲେ ବିଳମ୍ବ କରିନି । ପ୍ରଥମଥର ପାଇଁ ବିଜେପି ସରକାର ଏଭଳି ବିଶାଳ, ଭବ୍ୟ ଆୟୋଜନ କରିଛନ୍ତି । ଭାରତର ଭାବମୂର୍ତ୍ତି ବିଶ୍ବଦରବାରରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବିରୋଧୀ ବଦନାମ କରିବା ଦିଗରେ କାମ କରୁଥିବା ଅଭିଯୋଗ କରିଛି ବିଜେପି  

ଦ୍ବିତୀୟ ମହାସ୍ନାନ ସମୟରେ ତ୍ରିବେଣୀ ସଙ୍ଗମରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାବେଳେ ହଠାତ ଦଳାଚକଟା ଖବର ସାରା ଦେଶରେ ଚହଳ ପକାଇଥିଲା । ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବା ସହ କ୍ରମଶ ଏହାକୁ ନେଇ ରାଜନୀତି ଜୋର ଧରିଛି । ବଜେଟ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ ଏହାକୁ ଏକ ପ୍ରସଙ୍ଗ କରି ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି ।