କନକ ବ୍ୟୁରୋ : ମହାକୁମ୍ଭ ଦଳାଚକଟାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ସଂସଦରେ ଯୋଗୀ ସରକାରଙ୍କୁ କରିଛନ୍ତି କଡ଼ା ଟାର୍ଗେଟ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଦଳାଚକଟାର ସମ୍ପୂର୍ଣ୍ଣ ସତ୍ୟ ଲୁଚାଇବାର ଅଭିଯୋଗ ଆଣିଥିଲେ ଅଖିଳେଶ । ସେ ଏହି ଦୁର୍ଘଟଣା ସମ୍ପର୍କରେ କିଛି ଦାବି ମଧ୍ୟ କରିଥିଲେ ଏବଂ କହିଥିଲେ ଯେ ଯଦି ତାଙ୍କର ଦାବି ଭୁଲ ପ୍ରମାଣିତ ହୁଏ, ତେବେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ ।

Advertisment

ସଂସଦରେ ଅଖିଳେଶ ଯାଦବ ମହାକୁମ୍ଭରେ ହୋଇଥିବା ଦଳାଚକଟାରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ସର୍ବପ୍ରଥମେ ସେ କହିଥିଲେ ଯେ ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଲୋକସଭାରେ ନୀରବତା ପାଳନ କରାଯିବା ଉଚିତ୍‌ । ଏହା ପରେ ସେ କହିଲେ,ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବାହାର କରାଯିବା ଆବଶ୍ୟକ । ମହାକୁମ୍ଭ ସମୟରେ ବିପର୍ଯ୍ୟୟ ପରିଚାଳନା ଏବଂ ହଜିଯାଇଥିବା କେନ୍ଦ୍ରର ଦାୟିତ୍ୱ ସେନାକୁ ଦିଆଯିବା ଉଚିତ । ଏହି ଦୁର୍ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯେଉଁମାନେ ସତ୍ୟକୁ ଲୁଚାଉଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଉଚିତ।

ସେ ଆହୁରି ମଧ୍ଏୟ କହିଛନ୍ତି ଅପରାଧର ଦଣ୍ଡ କିଏ ବହନ କରିବ? କୁମ୍ଭର ଏତେ ପ୍ରଚାର କରାଗଲା । ଗଣମାଧ୍ୟମ ରିପୋର୍ଟରେ ଏହା ଆସିଥିଲା ଯେ ୧୦୦ କୋଟି ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ସରକାର ଶୁଭ ସମୟ ବଦଳରେ ନିଜ ଇଚ୍ଛାରେ ବୁଡ ପକାଇବା ସମୟ ନିର୍ଦ୍ଧାରିତ କଲେ,ଯାହା ଦ୍ୱାରା ସନାତନ ପରମ୍ପରା ଭଙ୍ଗ ହୋଇଛି । ଲୋକମାନେ ପୁଣ୍ୟ ଅର୍ଜନ କରିବାକୁ ଆସିଥିଲେ କିନ୍ତୁ ସାଙ୍ଗରେ ସେମାନଙ୍କର ପ୍ରିୟଜନଙ୍କ ମୃତଦେହ ନେଇ ଯାଇଛନ୍ତି । ଭକ୍ତମାନଙ୍କ ଏକାଧିକ ମୃତଦେହ ମିଳିଲା, କିନ୍ତୁ ସରକାର ମୃତ୍ୟୁକୁ ସ୍ୱୀକାର କରୁନାଁହାନ୍ତି । ଯେତେବେଳେ ସୂଚନା ମିଳିଲା ଯେ କିଛି ଲୋକ ପ୍ରାଣ ହରାଇଛନ୍ତି, ସେତେବେଳେ ସରକାର ହେଲିକପ୍ଟରରେ ଫୁଲ ପକାଇବା ଆରମ୍ଭ କଲେ । ଏହା କେଉଁ ପ୍ରକାର ସନାତନ ପରମ୍ପରା ? ଏହା ପରେ ଅଖିଳେଶ ତାଙ୍କ ଦାବିର ସମର୍ଥନରେ କହିଛନ୍ତି, 'ଯଦି ମୁଁ ଭୁଲ, ତେବେ ମୁଁ ଆପଣଙ୍କୁ ମୋର ଇସ୍ତଫା ପ୍ରଦାନ କରୁଛି '।