ଅକ୍ଷୟ କୁମାରଙ୍କ ଦାମୀ ଗାଡ଼ି ଜବତ; ଜମ୍ମୁ ଟ୍ରାଫିକ୍ ପୁଲିସ କଲା ଜବତ

ଜବତ ହେଲା ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ଦାମୀ ଗାଡ଼ି । ମଙ୍ଗଳବାର ଦିନ ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଗାଡ଼ିକୁ ଜମ୍ମୁ ଟ୍ରାଫିକ୍ ଅଧିକାରୀମାନେ ଜବତ କରିଥିବା ଜଣାଯାଇଛି ।

akshay_kumar

କନକ ବ୍ୟୁରୋ : ଜବତ ହେଲା ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ଦାମୀ ଗାଡ଼ି । ମଙ୍ଗଳବାର ଦିନ ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଗାଡ଼ିକୁ ଜମ୍ମୁ ଟ୍ରାଫିକ୍ ଅଧିକାରୀମାନେ ଜବତ କରିଥିବା ଜଣାଯାଇଛି । ଆଇନଗତ ସୀମା ଉଲ୍ଲଂଘନ କରିବା ପାଇଁ ତାଙ୍କ କାରକୁ ଜବତ କରାଯାଇଛି । ଏକ ସାର୍ବଜନୀନ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ତାଙ୍କ କାରରେ ମୋଟର ଯାନ ଆଇନର ନିୟମ ଅନୁଯାୟୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ କଳା କାଚ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି । 

ସୂଚନା ମୁତାବକ, ଜମ୍ମୁରେ କାର୍ଯ୍ୟକ୍ରମ ପରେ ଅକ୍ଷୟ କୁମାରଙ୍କୁ ଏକ ଏସୟୁଭିରେ ଜମ୍ମୁ ବିମାନବନ୍ଦରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ମୁମ୍ବାଇ ଯିବାର ଥିଲା । ବିମାନବନ୍ଦରରେ ଅକ୍ଷୟଙ୍କୁ ଛାଡ଼ିବା ପରେ କାର୍ ଫେରୁଥିବା ବେଳେ ପୁଲିସ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଡୋଗରା ଚୌକରେ କାରକୁ ଅଟକାଇଥିଲା ଏବଂ ଏହାକୁ ଜବତ କରିଥିଲା । ତେବେ ଏହି ଘଟଣାକୁ ନେଇ ଅକ୍ଷୟ କୁମାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe