କନକ ବ୍ୟୁରୋ: କ୍ରିକେଟର ଆକାଶ ଦୀପଙ୍କୁ ତାଙ୍କର ନୂଆ ଗାଡ଼ିରେ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ନ ଲଗାଇବା କାରଣରୁ ଉତ୍ତର ପ୍ରଦେଶ ପରିବହନ ବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ଏହି ଘଟଣାଟି ଲକ୍ଷ୍ନୌରେ ଘଟିଛି ।

Advertisment

ସୂଚନା ଅନୁଯାୟୀ, ଆକାଶ ଦୀପ ନିକଟରେ ଏକ ନୂଆ ଟୋୟୋଟା ଫର୍ଚୁନର କିଣିଥିଲେ । ସେ ସୋସିଆଲ ମିଡିଆରେ ନିଜ ନୂଆ କାର ସହ ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ଗାଡ଼ିଟିରେ HSRP ନମ୍ବର ପ୍ଲେଟ୍ ନଥିବାରୁ ତାଙ୍କୁ ଏହି ନୋଟିସ୍ ପଠାଯାଇଛି ।

ଏହି ଘଟଣାରେ କେବଳ ଆକାଶ ଦୀପ ନୁହଁନ୍ତି, ଯେଉଁ ଡିଲରସିପରୁ ସେ ଗାଡ଼ି କିଣିଥିଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିଲରସିପର ଲାଇସେନ୍ସକୁ ଏକ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ତାଙ୍କୁ ୧୪ ଦିନ ମଧ୍ୟରେ ଏହାର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । 

ପରିବହନ ବିଭାଗର ନିୟମ ଅନୁଯାୟୀ, ବିନା HSRPରେ କୌଣସି ନୂଆ ଗାଡ଼ିକୁ ରାସ୍ତାରେ ଚଳାଇବା ବେଆଇନ ଅଟେ । ଶୋ'ରୁମରୁ ଗାଡ଼ି ଡେଲିଭରି ଦେବା ପୂର୍ବରୁ HSRP ଲଗାଇବା ବାଧ୍ୟତାମୂଳକ ଅଟେ ।