ଇଫତାର ପାର୍ଟିରେ ଅଜିତ୍ ପାୱାରଙ୍କ ବିବାଦୀୟ ବୟାନ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ଭିନ୍ନ ମତ ଦେଇ ଚର୍ଚ୍ଚାରେ ପାୱାର

ଔରଙ୍ଗଜେବଙ୍କ କବରକୁ ନେଇ କିଛି ଦିନ ତଳେ ନାଗପୁରରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ଏହି ହିଂସାକାଣ୍ଡକୁ ନେଇ ମହାୟୁତିର ଦୁଇ ପ୍ରମୁଖ ଦଳ ବିଜେପି  ଓ ଶିବସେନା ମୁଖ୍ୟତ ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗଜେବଙ୍କ କବରକୁ ସୁରକ୍ଷା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଥିଲେ । ମାତ୍ର ଅନ୍ୟମେଣ୍ଟ ସାଥୀ ଏନସିପିର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସେତେବେଳେ ମୁହଁ ଖୋଲିନଥିଲେ । ଏବେ ଅଜିତଙ୍କ ମନ୍ତବ୍ୟ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଉଚିତ ଜବାବ ବୋଲି କୁହାଯାଉଛି ।

fdfsafdfds

sfsdfsdf

କନକ ବ୍ୟୁରୋ : ମୁମ୍ବାଇରେ ଏନସିପି ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ଯୋଗ ଦେଇ ଅଜିତ ପାୱାର ଭାରତର ମହାନ ପରମ୍ପରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭାରତ ଏକ ସର୍ବଧର୍ମ ସମ୍ମନ୍ବୟର ଦେଶ । ଏଥିରେ ମୁସଲିମ୍  ସମ୍ପ୍ରଦାୟର ରମଜାନର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା  । ତେଣୁ ଏଥିପାଇଁ ମୁସଲମାନ ସମ୍ପ୍ରଦାୟକୁ ଅଲଗା ଦେଖାଯିବାକୁ ଅଜିତ ନାପସନ୍ଦ କରିଛନ୍ତି । ଏଥିପାଇଁ କୌଣସି ଅସୁବିଧା ହେଲେ ସେ ମୁସଲିମ୍ ଭାଇ-ଭଉଣୀଙ୍କ ପଛରେ ଅଛନ୍ତି ବୋଲି ଅଜିତ ସ୍ପଷ୍ଟ କରିଛନ୍ତି ।

ଔରଙ୍ଗଜେବଙ୍କ କବରକୁ ନେଇ କିଛି ଦିନ ତଳେ ନାଗପୁରରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ଏହି ହିଂସାକାଣ୍ଡକୁ ନେଇ ମହାୟୁତିର ଦୁଇ ପ୍ରମୁଖ ଦଳ ବିଜେପି  ଓ ଶିବସେନା ମୁଖ୍ୟତ ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗଜେବଙ୍କ କବରକୁ ସୁରକ୍ଷା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଥିଲେ । ମାତ୍ର ଅନ୍ୟମେଣ୍ଟ ସାଥୀ ଏନସିପିର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସେତେବେଳେ ମୁହଁ ଖୋଲିନଥିଲେ । ଏବେ ଅଜିତଙ୍କ ମନ୍ତବ୍ୟ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଉଚିତ ଜବାବ ବୋଲି କୁହାଯାଉଛି ।

ମହାୟୁତିରେ ସାମିଲ ହୋଇଥିଲେ ମଧ୍ୟ ଅଜିତ ପାୱାର ମୁସଲିମ ବିରୋଧୀ ମନ୍ତବ୍ୟ ଦେବାରୁ ସବୁବେଳେ ଦୂରେଇ ରୁହନ୍ତି । ଅଧିକାଂଶ ଆସନରେ ମୁସଲିମ ଭୋଟର ଉପରେ ନିର୍ଭର କରୁଥିବା ଅଜିତଙ୍କ ଏନସିପି ଏହି ସମ୍ପ୍ରଦାୟକୁ ଟାର୍ଗେଟ କରିବାକୁ ଚାହାଁନ୍ତି ନାହିଁ । ଏମିତିକି ଅର୍ଥମନ୍ତ୍ରୀ ହିସାବରେ ଅଜିତ ପାୱାର ମୁସଲିମ ସମ୍ପ୍ରଦାୟ ପାଇଁ ବହୁ ଯୋଜନା ମଧ୍ୟ ଆଣିଛନ୍ତି । ତେଣୁ ତାଙ୍କ ମନ୍ତବ୍ୟ ବର୍ତ୍ତମାନ ପରିପେକ୍ଷରେ ଖୁବ ଜରୁରୀ ବୋଲି ମନେ କରାଯାଏ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe