ପ୍ରେମରେ ପଡ଼ିଥିଲେ ପାୱାର୍ : ମନ୍ତ୍ରୀଙ୍କ ଝିଅ ସହ ମିଶିଥିଲା ମନ,ଏମିତି ଥିଲା ଅଜିତଙ୍କ ଲଭ୍ ଷ୍ଟୋରି

Advertisment

ଅଜିତ ଅଧିକ ପାଠ ପଢ଼ିନଥିଲେ କାରଣ ଦ୍ୱାଦଶ ଶ୍ରେଣୀ ଶେଷ ହେବା ପରେ କଲେଜରେ ନାମ ଲେଖାଇବାର ମାତ୍ର କିଛି ସମୟ ପରେ ହିଁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାରର ଦାୟିତ୍ବ ଅଜିତଙ୍କ କାନ୍ଧ ଉପରକୁ ଚାଲି ଆସିଥିଲା । ତା’ପରେ ଶିକ୍ଷାରୁ ଦୂରେଇ ରାଜନୀତି ଆଡ଼କୁ ଢଳିଥିଲେ ଅଜିତ । ଆଉ ରାଜନୀତିର ଗଳି ଭିତରେ ବୁଲୁ ବୁଲୁ ବାଟବଣା ହୋଇ ପ୍ରେମ ଗଳିରେ ପଡ଼ିଥିଲା ଅଜିତଙ୍କ ପାଦ ।

ଅଜିତ ଅଧିକ ପାଠ ପଢ଼ିନଥିଲେ କାରଣ ଦ୍ୱାଦଶ ଶ୍ରେଣୀ ଶେଷ ହେବା ପରେ କଲେଜରେ ନାମ ଲେଖାଇବାର ମାତ୍ର କିଛି ସମୟ ପରେ ହିଁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାରର ଦାୟିତ୍ବ ଅଜିତଙ୍କ କାନ୍ଧ ଉପରକୁ ଚାଲି ଆସିଥିଲା । ତା’ପରେ ଶିକ୍ଷାରୁ ଦୂରେଇ ରାଜନୀତି ଆଡ଼କୁ ଢଳିଥିଲେ ଅଜିତ । ଆଉ ରାଜନୀତିର ଗଳି ଭିତରେ ବୁଲୁ ବୁଲୁ ବାଟବଣା ହୋଇ ପ୍ରେମ ଗଳିରେ ପଡ଼ିଥିଲା ଅଜିତଙ୍କ ପାଦ ।

Ajit-Love-Story

Ajit-Love-Story Photograph: (KanakNews)

କନକ ବ୍ୟୁରୋ : ମହାରାଷ୍ଟ୍ରର ବାରାମତିରେ ସକାଳୁ ସକାଳୁ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଗଲା । ସକାଳ ୮.୪୫ ରେ ବିମାନର ଭଗ୍ନାଂଶ ଏଣେତେଣେ ପଡ଼ିଥିବା ବେଳେ ସାଙ୍ଗେ ସାଙ୍ଗେ ଲୋକଙ୍କ ଭିଡ଼ ଜମିଗଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଥମେ ଧୂଆଁ ଆଉ ତା’ପରେ ହୁତୁହୁତୁ ହୋଇ ସମ୍ପୁର୍ଣ୍ଣ ବିମାନ ଜଳିଗଲା । ଘଟଣା କ’ଣ ଜାଣିଲାବେଳକୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୫ ଜଣ ଲୋକ ସେହି ବିମାନରେ ବସିଥିଲେ ବୋଲି ସୂଚନା ମିଳିଲା । ଆଉ ଏହାର କିଛି ସମୟ ପରେ ଜଣାପଡ଼ିଲା ଯେ ଅଜିତ ପାୱାରଙ୍କ ସମେତ ବିମାନରେ ବସିଥିବା ବାକି ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି । 

ଆଗକୁ ପଢ଼ନ୍ତୁ : ଆକାଶରୁ ଖସି ଜଳିଗଲା ଚାର୍ଟର ଫ୍ଲାଇଟ୍ : ସ୍ତବ୍ଧ ହୋଇଗଲା ସାରାଦେଶ

୨୦୨୪ ରେ ଷଷ୍ଠଥର ପାଇଁ ମହାରାଷ୍ଟ୍ରର ଡେପୁଟି ସିଏମ୍ ହୋଇଥିବା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ‘ଦାଦା’ ର ପରିଚୟ ସୃଷ୍ଟି କରିଥିଲେ । ମରାଠୀ ଭାଷାରେ ଦାଦା ଅର୍ଥ ଭାଇ , ପୂରା ମହାରାଷ୍ଟ୍ର ଯେମିତି ତାଙ୍କୁ ବଡ଼ଭାଇର ମର୍ଯ୍ୟାଦା ଦେଉଥିଲା । ନାମୀ ରାଜନୈତିକ ପରିବାରରୁ ଆସିଥିବାରୁ ମରାଠା ମାନୁଷଙ୍କ ମଝିରେ ଅଜିତଙ୍କ ଦବଦବା ଥିଲା । ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ପୁତୁରା ହୋଇଥିଲେ ମଧ୍ୟ ୨୦୨୪ ରେ ସେ ଦାଦାଙ୍କ ଠାରୁ ଅଲଗା ହୋଇ ବିଜେପି-ଶିବସେନା ଗଠବନ୍ଧନ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଅଜିତ ପାୱାରଙ୍କ ପ୍ରୋଫାଇଲ୍ ବିଷୟରେ ଯଦି କଥା ହେବା ତାହେଲେ ସେ କଲେଜ ଡ୍ରପଆଉଟ୍ ଏବଂ ମହାରାଷ୍ଟ୍ର ରାଜନୀତିରେ ଜଣେ ସକ୍ରିୟ ନେତା ଥିଲେ । ୧୯୮୨ ରେ ତାଙ୍କ ପାଦ ରାଜନୀତିର ମାଟିକୁ ପ୍ରଥମଥର ପାଇଁ ଛୁଇଁଥିଲା । ଯେତେବେଳେ ପୁଣେର ଏକ ସହକାରୀ ଚିନି କାରଖାନାର ବୋର୍ଡରେ ତାଙ୍କୁ ମୁଖ୍ୟ ଭାବେ ଚୟନ କରାଯାଇଥିଲା । ଏହା ପରେ ୧୯୯୧ ରେ ପ୍ରଥମ ଥର ବାରାମତି ନିର୍ବାଚନ କ୍ଷେତ୍ରରେ ଲୋକସଭା ପାଇଁ ତାଙ୍କୁ ଚୟନ କରାଗଲା । ତଥାପି ଅଜିତଙ୍କୁ ଏହି ସିଟ୍ ଦାଦା ଶରଦ ପାୱାରଙ୍କ ପାଇଁ ଜଲଦି ଛାଡ଼ିବାକୁ ପଡ଼ିଥିଲା । କାରଣ ଶରଦଙ୍କୁ ପି.ଭି. ନରସିହ୍ମା ରାଓଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା । ସେତେବେଳେ ପାୱାର ସାଂସଦ ନଥିଲେ ଏବଂ ୬ ମାସ ଭିତରେ ତାଙ୍କୁ ସାଂସଦ ହେବାକୁ ପଡ଼ିଥିଲା । ତା’ପରେ ଅଜିତ ଦାଦାଙ୍କ ପାଇଁ ଆସନ ଖାଲି କରିଦେଲେ । ସେହି ବର୍ଷ ସେ ବାରାମତୀ ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ମଧ୍ୟ ହେଲେ । ୧୯୯୫, ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ସେ ବିଜୟୀ ମଧ୍ୟ ହୋଇଥିଲେ ।  

୨୨ ଜୁଲାଇ ୧୯୫୯ ରେ ଜନ୍ମଗ୍ରହଣ କରିଥିବା ଅଜିତ ଅଧିକ ପାଠ ପଢ଼ିନଥିଲେ କାରଣ ଦ୍ୱାଦଶ ଶ୍ରେଣୀ ଶେଷ ହେବା ପରେ କଲେଜରେ ନାମ ଲେଖାଇବାର ମାତ୍ର କିଛି ସମୟ ପରେ ହିଁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାରର ଦାୟିତ୍ବ ଅଜିତଙ୍କ କାନ୍ଧ ଉପରକୁ ଚାଲି ଆସିଥିଲା । ତା’ପରେ ଶିକ୍ଷାରୁ ଦୂରେଇ ରାଜନୀତି ଆଡ଼କୁ ଢଳିଥିଲେ ଅଜିତ । ଆଉ ରାଜନୀତିର ଗଳି ଭିତରେ ବୁଲୁ ବୁଲୁ ବାଟବଣା ହୋଇ ପ୍ରେମ ଗଳିରେ ପଡ଼ିଥିଲା ଅଜିତଙ୍କ ପାଦ । ମନ୍ତ୍ରୀଙ୍କ ଝିଅ ସହ ମିଶିଥିଲା ଅଜିତଙ୍କ ମନ । ୧୯୮୫ ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଝିଅ ସୁନେତ୍ରାଙ୍କୁ ବିବାହ କରିଥିଲେ ଦାଦା । ଦୁହିଁଙ୍କ ଦୁଇ ପୁଅ ଜୟ ପାୱାର ଏବଂ ପାର୍ଥ ପାୱାର ଅଛନ୍ତି । ପାର୍ଥ ପିତାଙ୍କ ଭଳି ରାଜନୀତିରେ ସକ୍ରିୟ ରହିବା ସହ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ଜିତିପାରିନଥିଲେ । କିନ୍ତୁ ସାନପୁଅ ଜୟ ରାଜନୀତିକୁ ଆଦୌ ପସନ୍ଦ କରନ୍ତି ନାହିଁ ତେଣୁ ଏହି ସାପସିଢ଼ିର ଗଳି ଦେଇ ସେ କେବେ ଅତିକ୍ରମ କରିନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe