ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା: ଶୋକ ପରିବେଶରେ ବିଜେପି-ଟିଏମ୍‌ସି ମୁହାଁମୁହିଁ

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ନେଇ ମୁଁ ମର୍ମାହତ। ମୁଁ ପାୱାରଙ୍କ ପରିବାର, ତାଙ୍କ କାକା ଶରଦ ପାୱାର ଓ ସମର୍ଥକମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ଆବଶ୍ୟକ।

28bbs_34_28012026_111

କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଖବର ପରେ ସାରା ଦେଶରେ ଶୋକର ପରିବେଶ ରହିଛି । ଏହି ସମୟରେ ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ତଦନ୍ତ ଦାବି କରି ଏକ ବିବୃତି ଜାରି କରିଛନ୍ତି । ମମତା ଦିଦିଙ୍କ ମନ୍ତବ୍ୟ ଏବେ ବିବାଦ ସୃଷ୍ଟି କରିଛି । ଏହା ଯୋଗୁ ବିଜେପି-ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି । ମମତା ବାନାର୍ଜୀ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରି କହିଛନ୍ତି, ଦେଶରେ କେହି ସୁରକ୍ଷିତ ନୁହଁନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯିବା ଉଚିତ । ସେ ସତ୍ୟ ଉନ୍ମୋଚନ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଦ୍ୱାରା ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ; ତଦନ୍ତ ଦାବି କଲେ ମମତା

ସୋସିଆଲ ମିଡିଆରେ ମମତାଙ୍କ ବିବୃତି
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ନେଇ ମୁଁ ମର୍ମାହତ। ମୁଁ ପାୱାରଙ୍କ ପରିବାର, ତାଙ୍କ କାକା ଶରଦ ପାୱାର ଓ ସମର୍ଥକମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ : କେବେ କ୍ଷମତା ବାହାରେ ନଥିଲେ ଅଜିତ ପାୱାର: ରାଜନୈତିକ ପାଠ ପଢ଼ାଇଥିବା କାକାଙ୍କ ବିରୋଧରେ କରିଥିଲେ ବିଦ୍ରୋହ

କଙ୍ଗନା ରାଣାୱତଙ୍କ କଡ଼ା ପ୍ରତିକ୍ରିୟା
ମମତା ବାନାର୍ଜୀଙ୍କ ଦାବି ନେଇ ବିଜେପି ସାଂସଦ କଙ୍ଗନା ରାଣାୱତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ଓ ଦୁଃଖଦ ଘଟଣା। ଏନେଇ ସଂସଦରେ ଆଲୋଚନା ହେଉଛି। ଏଭଳି ସମ୍ବେଦନଶୀଳ ସମୟରେ ଏପରି ମନ୍ତବ୍ୟ ଦେବା ଅନୁଚିତ। ରାଜନୈତିକ ଆରୋପ -ପ୍ରତ୍ୟାରୋପରୁ ଦୂରେଇ ରହି ଅଜିତଙ୍କ ପରିବାର ପଛରେ ଠିଆ ହେବା ଉଚିତ । ମମତା ବାନାର୍ଜୀ ସ୍ୱଚ୍ଛ ତଦନ୍ତ ପାଇଁ ଦାବି କରିଥିବାବେଳେ ବିଜେପି ନେତାମାନଙ୍କ ଅନୁସାରେ ଦୁଃଖର ସମୟରେ ଏପରି ମନ୍ତବ୍ୟ ଯୋଗୁ ଅନାବଶ୍ୟକ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe