କନକ ବ୍ୟୁରୋ : ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ସରକାରରେ ଅର୍ଥମନ୍ତ୍ରୀ ଥିବା ଅଜିତ୍ ପାୱାରଙ୍କୁ ବଡ଼ ଝଟକା ଲାଗିଛି । ନାଗାଲାଣ୍ଡରେ ଥିବା ଦଳର ସବୁ ବିଧାୟକ (୭ ବିଧାୟକ) ଏନସିପିରୁ ଇସ୍ତଫା ଦେଇଛନ୍ତି । ସେମାନେ ସମସ୍ତେ ନାଗାଲାଣ୍ଡ ଶାସନରେ ଥିବା ଏନଡିପିପି ଦଳରେ ସାମିଲ ହୋଇଛନ୍ତି । ନାଗାଲାଣ୍ଡରେ ମେଣ୍ଟରେ ସରକାର କରିଥିବା ଏନଡିପିପିକୁ ଏବେ ଏକାକୀ ବହୁମତ ମିଳିଛି । ନାଗାଲାଣ୍ଡରେ ମୋଟ ୬୦ ବିଧାୟକ ଆସନ ଥିବା ବେଳେ ଏନଡିପିପି ପାଖରେ ୨୫ ଜଣ ବିଧାୟକ ଥିଲେ, ଏବେ ଏହି ୭ ଜଣ ମିଶିବା ପରେ ଏନଡିପିପି ୩୨ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଛି ।
ଶରଦ ପାୱାରଙ୍କ ସହ ଅଜିତ୍ ପାୱାରଙ୍କ ମତଭେଦ ଓ ଏନସିପି ଭାଙ୍ଗିବା ପରେ ନାଗାଲାଣ୍ଡ ଏନସିପି ସିଧାସଳଖ ଅଜିତ୍ ପାୱାରଙ୍କୁ ସମର୍ଥନ ଦେଇଥିଲା । ୨୦୨୩ ନିର୍ବାଚନରେ ଏନଡିପିପି ପ୍ରଥମ ଓ ବିଜେପି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏନସିପି ତୃତୀୟ ସ୍ଥାନରେ ଥିଲା । ଏବଂ ଏନସିପିକୁ ୧୨ ଟି ଆସନ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/01/HrbJHFc0gmNBT411NHVZ.jpg)