କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ। ସିଡିଏସ୍ ଅନୀଲ ଚୌହ୍ୱାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଛନ୍ତି ରାଜନାଥ ସିଂ। ବୈଠକରେ ସିଡିଏସ୍‌ଙ୍କ ସମେତ ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ଅଛନ୍ତି । ସାମ୍ପ୍ରତିକ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନାମୂଳକ ସ୍ଥିତି ନେଇ ଆଲୋଚନା ଚାଲିଥିବା ଜଣାପଡିଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି ଏନଏସଏ ଅଜିତ ଡୋଭାଲ । ଏଭଳି କିଛି ବଡ଼ ବୈଠକ ପୁଣି ପାକିସ୍ତାନ ବିପକ୍ଷରେ ଭାରତ ଯୁଦ୍ଧ କରିପାରେ ବୋଲି ଆକଳନ କରାଯାଉଛି ।