କନକବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସେଣ୍ଟ ପିଟର୍ସ ବର୍ଗରେ ୱାନ୍ ଟୁ ୱାନ୍ ବୈଠକରେ ଦୁହେଁ ଆଲୋଚନା କରିଛନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ଆଲୋଚନା ଉପରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି। ସେହିପରି ଜାତୀୟ ସୁରକ୍ଷା ନେଇ ମଧ୍ୟ ଡୋଭାଲ୍-ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା କରିଥିବା ସୂଚନା ମିଳିଛି । 

Advertisment

ସୂଚନା ଅନୁସାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ରୁଷ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ଓ ବ୍ରିକ୍ସ ପ୍ଲସ୍‌ ହାଇ ଲେଭେଲ୍ ସୁରକ୍ଷା ଅଧିକାରୀଙ୍କ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି ଡୋଭାଲ୍।

ପୂର୍ବରୁ ପୁଟିନ୍ କହିଥିଲେ, ୟୁକ୍ରେନ୍ ସହ ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥତା କରିପାରିବେ। ତା’ର କିଛି ଦିନ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ସେଣ୍ଟ ପିଟର୍ସବର୍ଗରେ ପୁଟିନଙ୍କ ସହ ସାକ୍ଷାତ ଆଲୋଚନାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ଚୀନ ସହ ସୀମା ବିବାଦ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି।