କନକ ବ୍ୟୁରୋ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ । ଖୁବଶୀଘ୍ର ସିଲ୍ଭର ସ୍କ୍ରିନ୍ରେ ସନ୍ ଅଫ୍ ସର୍ଦ୍ଦାରର ଦ୍ୱିତୀୟ ଭାଗ ଦେଖିବେ ଦର୍ଶକ । ଖୋଦ ଅଜୟ ଦେବଗନ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି । ଏହା ସହିତ ଫିଲ୍ମର ରିଲିଜ ତାରିଖ ବି ଘୋଷଣା କରିଛନ୍ତି । ତେବେ ପୋଷ୍ଟର ରିଲିଜ୍ ହେବାପରେ ଏବେ ଦର୍ଶକଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳିଛି । ଏହାପରେ ଫିଲ୍ମର ଟ୍ରେଲର୍ ରିଲିଜ୍ କରିବାକୁ ସୋସିଆଲ ମିଡିଆରେ ଅପିଲ୍ କରିଛନ୍ତି ଫ୍ୟାନ୍ସ ।
The Return of the Sardaar 🔥#SOS2 in cinemas near you on 25th July. #SardaarIsBack #SonOfSardaar2 @mrunal0801 @jiostudios @ADFFilms @tseries #JyotiDeshpande @KumarMangat @nrpachisia #PravinTalreja #VijayKumarArora #JagdeepSinghSidhu @danishdevgn pic.twitter.com/vzSelTPEpV
— Ajay Devgn (@ajaydevgn) June 19, 2025
ଦୀର୍ଘ ବର୍ଷ ପରେ ବଡ଼ ପରଦାରେ ସର୍ଦ୍ଦାର ରୋଲ୍ରେ ନଜର ଆସିଛନ୍ତି ଅଜୟ ଦେବଗନ । ପୋଷ୍ଟରରେ ଅଜୟ ଦେବଗନ ଦୁଇଟି ଟ୍ୟାଙ୍କ୍ ଉପରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି । ପୋଷ୍ଟରରେ ଅଜୟ ଦେବଗନ ଏକ ହଳଦିଆ ପଗଡ଼ି ପିନ୍ଧି ନିଶକୁ ତାଉ ଦେଉଥିବା ନଜର ଆସିଛନ୍ତି । ପୋଷ୍ଟର୍ କ୍ୟାପ୍ସନ୍ରେ ଲେଖାଅଛି ଫିଲ୍ମଟି ଜୁଲାଇ ୨୫ ତାରିଖରେ ରିଲିଜ୍ ହେବ ।
ତେବେ କେତେକ ୟୁଜର୍ସ ଫିଲ୍ମ ପୋଷ୍ଟର ଏଡିଟିଂକୁ ସମାଲୋଚନା କରିଛନ୍ତି । ଜଣେ ୟୁଜର ପୋଷ୍ଟରକୁ ଜୁମ୍ କରି ଅଜୟଙ୍କ ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରି କହିଛନ୍ତି ଯେ, ଏହାକୁ ଠିକ୍ ଭାବରେ ଏଡିଟ୍ କରାଯାଇ ନାହିଁ । ଏକ ବଡ଼ ପ୍ରଡକ୍ସନ ହାଉସ୍ କିପରି ଏପରି ଭୁଲ କରିପାରିବ ? ପ୍ରକୃତରେ, ଅଜୟଙ୍କୁ ଯେଉଁ ଟ୍ୟାଙ୍କ ଉପରେ ଠିଆ ହୋଇଥିବା ଦେଖାଯାଇଛି ତାହା ଠିକ୍ ଭାବରେ ଏଡିଟ୍ ହୋଇନାହିଁ, ଜୋତାର ଆଗ ଭାଗ ସେଠାରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ଯାହାକୁ ୟୁଜର୍ସ ବହୁତ ଭଲ ଭାବରେ ଦେଖିଛନ୍ତି । ଅନେକ ୟୁଜର୍ସ କହିଛନ୍ତି ଯେ ଅଜୟ ଏବେ ବି ଫୁଲ ଔର କାଣ୍ଟେର ଷ୍ଟଣ୍ଟ୍ରୁ ଟଙ୍କା ପାଉଛନ୍ତି । ଥରେ ସେ ଦୁଇଟି ବାଇକ୍, କାର ଓ ଘୋଡ଼ା ଚଲାଉଥିଲେ, ଏବଂ ଆଜି ସେ ଦୁଇଟି ଟ୍ୟାଙ୍କ ଚଳାଉଛନ୍ତି ।
ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଅଜୟ ଦେବଗନଙ୍କ ବ୍ୟତୀତ, ସଞ୍ଜୟ ଦତ୍ତ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ, ମୃଣାଳ ଠାକୁର, ବିନ୍ଦୁ ଦାରା ସିଂହ ଏବଂ ଦିବଂଗତ ଅଭିନେତା ମୁକୁଲ ଦେବ ମଧ୍ୟ ଏହି ଫିଲ୍ମରେ ଦର୍ଶକଙ୍କୁ ହସାଇବେ । ପ୍ରଥମ ଭାଗର ଏକ ଅଂଶ ଥିବା ମୁକୁଲ ଦେବଙ୍କ ନିକଟରେ ଦେହାନ୍ତ ହୋଇଛି । ସନ୍ ଅଫ୍ ସର୍ଦ୍ଦାର-୨ ତାଙ୍କର ଶେଷ ଫିଲ୍ମ ଥିଲା । ପ୍ରଥମ ଭାଗରେ ତାଙ୍କ ଦ୍ୱାରା ଅଭିନୀତ ଟିଟୁ ଚରିତ୍ରକୁ ପ୍ରଶଂସକମାନେ ଢେର୍ ପସନ୍ଦ କରିଥିଲେ ।