କନକ ବ୍ୟୁରୋ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଦୀର୍ଘ ସମୟ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟଙ୍କ ବିବାହ ବିଚ୍ଛେଦ ଘଟିବା ନେଇ ଅନେକ ଗୁଜବ ଭାଇରାଲ ହୋଇଥିଲା । ଏସବୁ ମଧ୍ୟରେ ଐଶ୍ୱର୍ଯ୍ୟା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିବାହ ବିଚ୍ଛେଦ ଗୁଜବର ଅନ୍ତ ଘଟାଇଛନ୍ତି । ଗତ ରବିବାର ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସେମାନଙ୍କର ୧୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହାକୁ ନେଇ ଏକ ପାରିବାରିକ ଫଟୋ ସେୟାର କରିଥିଲେ ଐଶ୍ୱର୍ଯ୍ୟା । ଏହି ପୋଷ୍ଟ ପରେ ଏବେ କମେଣ୍ଟ ଦେବାରେ ଲାଗିଛନ୍ତି ୟୁଜର୍ସ ।

Advertisment

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏପ୍ରିଲ ୨୦ରେ ସେମାନଙ୍କ ବିବାହକୁ ୧୮ ବର୍ଷ ପୂରଣ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନଟିକୁ ଉଭୟ ସେମାନଙ୍କ ଝିଅ ଆରାଧ୍ୟା ସହିତ ପାଳନ କରିଛନ୍ତି । ଆରାଧ୍ୟା, ଅଭିଷେକ ଓ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋକୁ ଖୁବ ଭଲ ପାଇବା ଦେଇଛନ୍ତି ୟୁଜର୍ସ । ଫଟୋରେ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅଭିଷେକ ହସୁଥିବା ନଜର ଆସିଛନ୍ତି । ଫଟୋରେ ବିଶେଷ କଥା ହେଉଛି ଯେ ତିନିଜଣ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । 

ଐଶ୍ୱର୍ଯ୍ୟା ସୋସିଆଲ ମିଡିଆ ପୋଷ୍ଟ ସେୟାର କରିବା ମାତ୍ରେ ୟୁଜର୍ସ ଏଥିରେ କମେଣ୍ଟ ଦେବା ଆରମ୍ଭ କରି ଦେଇଥିଲେ । ଜଣେ ୟୁଜର୍‌ ଲେଖିଛନ୍ତି, ଏହି ପୋଷ୍ଟ ସମସ୍ତ ଗୁଜବ ଉପରେ ଏକ ଶକ୍ତ ଚାପୁଡ଼ା । ଆଉ ଜଣେ ଲେଖିଛନ୍ତି, ଏହା ନିଶ୍ଚିତ ହୋଇଗଲା ଯେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେଉନାହିଁ । ଆଉ ଜଣେ ୟୁଜର୍ ଲେଖିଛନ୍ତି, ଶେଷରେ ଜଣା ପଡ଼ିଲା ଯେ ସବୁକିଛି ଠିକ୍ ଅଛି, ପରିବାରଠାରୁ କିଛି ବଡ଼ ନୁହେଁ । ଅନେକ ଫ୍ୟାନ୍ସ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କୁ ସେମାନଙ୍କ ବିବାହ ବାର୍ଷିକୀରେ ଶୁଭେଚ୍ଛା ବି ଜଣାଇଛନ୍ତି । ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକ ଲାଇକ୍ ବି କରିଛନ୍ତି ।

୨୦୨୪ ମସିହାରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅଲଗା ହେବା ନେଇ ଖବର ଆସିବା ଆରମ୍ଭ ହୋଇଥିଲା । କାରଣ ଅନେକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା ସହ ପହଞ୍ଚିଥିବା ବେଳେ ଅଭିଷେକ ବଚ୍ଚନ ନିଜ ବାପା ମାଆଙ୍କ ସହ ସମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।