କନକ ବ୍ୟୁରୋ: ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଶେକ ବଚ୍ଚନଙ୍କ ବିବାହ ବିଚ୍ଛେଦ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆରେ ଏହି ବି-ଟାଉନ କପଲଙ୍କ ବୈବାହିକ ସମ୍ପର୍କ ଠିକଠାକ୍ ଚାଲିନଥିବା ନେଇ ନେଟିଜେନ୍ସ ବେଶ୍ ଚର୍ଚ୍ଚା କରୁଛନ୍ତି । ଏଥିସହିତ ଅଭିଶେକ ବଚ୍ଚନଙ୍କ ସହ ଅଭିନେତ୍ରୀ ନିମ୍ରତ କୌରଙ୍କ ନାମ ଯୋଡ଼ା ହେଉଛି । କିନ୍ତୁ ଅଭିଶେକ କିମ୍ବା ଐଶ ଏନେଇ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଉଭୟ ଅନେକ ଦିନ ହେଲା ଅଲଗା ଅଲଗା ରହୁଥିବା ଦେଖିବାକୁ ମିଳିଛି ।
ଐଶ୍ୱର୍ୟ୍ୟା ରାୟଙ୍କ କୋଟିକୋଟି ଫ୍ୟାନ୍ସ । ତାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ଏବେ ୧୪.୩ ମିଲିୟନ । କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ କେବଳ ଜଣଙ୍କୁ ହିଁ ଫଲୋ କରିଛନ୍ତି । ଆଉ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କ ସ୍ୱାମୀ ଅଭିଶେକ ବଚ୍ଚନ । ତେବେ ବିବାହ ବିଚ୍ଛେଦ ଖବର ମଧ୍ୟରେ ଏହି ଖବର କପଲଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଠିକ୍ ଥିବା ସୂଚାଉଛି । ଏବେ ବି ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କ ସମ୍ପର୍କ ମଧୁର ଅଛି ବୋଲି ଅନୁମାନ କରାଯାଉଛି ।
ଏଠି କହିରଖୁଛୁ ଯେ, ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କ ବିବାହ ଗତ ୨୦୦୭ ମସିହାରେ ହୋଇଥିଲା । ଏହାପରେ ଉଭୟଙ୍କ ଝିଅ ଆରାଧ୍ୟା ୨୦୧୧ ନଭେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଛାଡପତ୍ରକୁ ନେଇ ଚାଲିଥିବା ଗୁଜବ, ଗୁଜବ ହିଁ ରହୁ ଏବଂ ଦୁଇ ଜଣଙ୍କ ସମ୍ପର୍କରେ ମଧୁରତା ଭରି ରହୁ ବୋଲି ଫ୍ୟାନ୍ସ କାମନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/01/dXoM6RC4jbiDasCtlior.jpg)