କିଛି ମାସ ଧରି ବଚ୍ଚନ ପରିବାରରେ ଫାଟ ସୃଷ୍ଟି ହୋଇଥିବା କଥା ଚର୍ଚ୍ଚାକୁ ଆସୁଥିଲା । ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ମନୋମାଳିନ୍ୟ ଏବଂ ଅଲଗା ରହିବା କଥା ସାମ୍ନାକୁ ଆସିଲା । ଅଭିଷେକଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ଥିବା କଥା ମଧ୍ୟ ଉଠିଥିଲା । ଅନେକ ଟ୍ରୋଲିଂ , ଛାଡ଼ପତ୍ରର ଗୁଜବ ଭିତରେ ଏବେ ଏକାଠି ନଜର ଆସିଛନ୍ତି ଅଭିଷେକ ଓ ଐଶ୍ବର୍ଯ୍ୟା ।
/kanak/media/media_files/2024/12/21/FAQY41VlH9ZFHOFLDV0S.webp)
ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ ମହୋତ୍ସବରେ ଏହି ବଲିଉଡ୍ ଦମ୍ପତିଙ୍କୁ ଦେଖି ପ୍ରଶଂସକଙ୍କ ଖୁସି କହିଲେ ନସରେ । ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଆରାଧ୍ୟାଙ୍କ ସ୍କୁଲ୍ ବାର୍ଷିକ ମହୋତ୍ସବ ଶେଷ ହେବା ପରେ ଗୋଟିଏ ଗାଡିରେ ଅଭିଷେକ , ଐଶ୍ବର୍ଯ୍ୟା ଏବଂ ଆରାଧ୍ୟା ମିଶି ଘରକୁ ଯାଉଛନ୍ତି । ଯେଉଁଥିରୁ ଏବେ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କଥା କୁହାଯାଉଛି । ଆରାଧ୍ୟଙ୍କ ଏହି ସ୍କୁଲ୍ ମହୋତ୍ସବରେ ଜେଜେବାପା ଅମିତାଭ୍ ବଚ୍ଚନ ବି ସାମିଲ୍ ଥିଲେ ।
/kanak/media/media_files/2024/12/21/3qKjmbXBvzsgk88lN9nC.jpg)
ତେବେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ଭିତରେ ତିକ୍ତତାର ଖବର ଝିଅ ଆରାଧ୍ୟାଙ୍କ ଜନ୍ମଦିନ ବେଳୁ ହିଁ ମୁଣ୍ଡ ଟେକିଥିଲା । ଅଲିଅଳି ଝିଅର ଜନ୍ମଦିନରେ ବାପାଙ୍କ ଅନୁପସ୍ଥିତକୁ ନେଇ ଅନେକ ଗୁଜବ ଉଠିଲା । ଯେଉଁଥିପାଇଁ ସୋସିଆଲ୍ ମିଡିଆରେ ଅଭିଷେକଙ୍କୁ ଟ୍ରୋଲ୍ ବି କରାଗଲା । ଏତଦବାଦ୍ ଏକ ଇଭେଣ୍ଟରେ ଐଶ୍ବର୍ଯ୍ୟାଙ୍କ ନାଁରୁ ବଚ୍ଚନ ସରନେମ୍ ବାହାରିଯିବା ଖବର ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଯାହା ଛାଡ଼ପତ୍ରର ହାୱାକୁ ଆହୁରି ମଜବୁତ କରିଦେଲା । ଛାଡ଼ପତ୍ର ଖବରକୁ ନେଇ ଉଭୟ ଦମ୍ପତି ମଧ୍ୟ ଚୁପ୍ ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ଏକ ହାଇପ୍ରୋଫାଇଲ୍ ପାର୍ଟିରେ ଦୁହେଁ ନଜର ଆସିଲେ ଆଉ ଏହା ପରେ ଝିଅର ସ୍କୁଲ୍ ମହୋତ୍ସବରେ ଦୁହିଁଙ୍କ ଏକାଠି ହେବାକୁ ଏବେ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/21/9iqKdBlk6zZfxEWSmuQC.webp)