କନକ ବ୍ୟୁରୋ: ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସମୟ ସମୟରେ ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ଲଞ୍ଚ୍‌ କରୁଛନ୍ତି ଜିଓ ଏବଂ ଏୟାରଟେଲ୍‌ ଭଳି ଟେଲିକମ୍‌ କମ୍ପାନି । ଏବେ ପୁଣି ଗ୍ରାହକଙ୍କୁ ସୁହାଇଲା ଭଳି ଏକ ରିଚାର୍ଜ ପ୍ଲାନ୍‌ ଆଣିଛି ଏୟାରଟେଲ୍‌ । ମାତ୍ର ୫୦୦ ଟଙ୍କାରେ ମୋବାଇଲ କଲିଂ, ଇଣ୍ଟରନେଟ୍‌ ସର୍ଫିଂ ସହ ମିଳିବ ଡିଟିଏଚ୍‌ ସର୍ଭିସର ମଜା । ନିଜକୁ ମାର୍କେଟ୍‌ ଲିଡର୍‌ ଭାବେ ଗଢ଼ିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛି ଏୟାରଟେଲ୍‌ । କାରଣ ବର୍ତ୍ତମାନ ଜିଓ ସହ ପ୍ରତିଯୋଗିତାରେ ବହୁ ପଛରେ ପଡ଼ି ଯାଇଛି ଏୟାରଟେଲ୍‌ । ହେଲେ ଗତ ବର୍ଷ ଏୟାରଟେଲ୍‌ର ଗ୍ରାହକ ସଂଖ୍ୟାକୁ ନେଇ ଯେଉଁ ତଥ୍ୟ ସାମ୍ନା ଆସିଛି ତାହା କମ୍ପାନି ପାଇଁ ଉତ୍ସାହଜନକ ରହିଛି । ଏହା କେବଳ ନୂଆ ନୂଆ ରିଚାର୍ଜ ପ୍ଲାନ୍ ଯୋଗୁଁ ସମ୍ଭବପର ହୋଇ ପାରିଛି । ତେବେ ଜାଣନ୍ତୁ ବର୍ତ୍ତମାନ ଏୟାରଟେଲ୍‌ କେଉଁ ନୂଆ ରିଚାର୍ଜ ପ୍ଲାନ୍ ଆଣିଛିଟ୍ଟ

Advertisment

ରିପୋର୍ଟ ମୁତାବକ ଏବେ ଏୟାରଟେଲ୍‌ ଲଞ୍ଚ୍‌ କରିଛି ଏକ ନୂଆ ପ୍ରିପେଡ୍‌ ପ୍ଲାନ୍‌ । ମାତ୍ର ୪୪୮ ଟଙ୍କାରେ ମୋବାଇଲ ରିଚାର୍ଜ ସହ ଡିଜିଟାଲ ଟିଭିର ମଜା ଉଠାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଗ୍ରାହକଙ୍କୁ ମାଗଣାରେ ଅନ୍‌ଲିମିଟେଡ୍‌ ୫ଜି ସର୍ଭିସ୍‌ ମିଳିବ । ତାସହିତ ଏଥିରେ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟି ମିଳିବ । ଖାଲି ସେତିକି ନୁହେଁ, ପ୍ରତିଦିନ ଇଣ୍ଟରନେଟ୍‌ ୟୁଜ୍‌ ପାଇଁ ୨.୫ ଡାଟା ପ୍ୟାକ୍‌ ପାଇବେ ଗ୍ରାହକ । ସବୁଠାରୁ ବଡ଼ କଥା ହେଉଛି ଗ୍ରାହକଙ୍କୁ ଏଥିରେ ୨୫୦ରୁ ଅଧିକ ଚ୍ୟାନେଲ୍ ଦେଖିବାକୁ ମିଳିବ । ଡାଟା ଶେଷ ହେବାପରେ ଇଣ୍ଟରନେଟ୍‌ ସ୍ପିଡ୍‌ ୬୪Kbpsକୁ କମି ଆସିବ । ଏସବୁ ପରେ ବି Airtel Xstream Appରେ କଣ୍ଟେଟ୍ ଆକ୍ସେସ୍‌ ପାଇବେ ୟୁଜର୍ସ । ୩ ମାସ ପାଇଁ Apollo 24/7ର ସର୍କଲ ମେମ୍ବରସିପ୍‌ ଓ ମାଗଣାରେ ହେଲୋଟ୍ୟୁନ୍‌ ସେଟ୍ କରି ପାରିବେ ୟୁଜର୍ସ । 

କିନ୍ତୁ ୱାୟରଲେସ୍‌ ସବ୍‌ସ୍କ୍ରାଇବର ସଂଖ୍ୟା କ୍ଷେତ୍ରରେ ଲିଡର୍‌ସିପ୍‌ ସ୍ଥାନରେ ରହିଛି ଏୟାରଟେଲ୍‌ । ଆସାମରୁ ଏହାର ଏକ ରିପୋର୍ଟ ଦେଇଛି ଟ୍ରାଇ । ଭାରତର ଟେଲିକମ୍ ଦୁନିଆରେ ଜିଓର ଦବ୍‌ଦବା ସତ୍ତ୍ୱେ, ଗତବର୍ଷ କେବଳ ଡିସେମ୍ବର ମାସରେ ଏୟାରଟେଲ୍‌ ୨୭ ହଜାର ୯୨୨ ନୂଆ ସବ୍‌ସ୍କ୍ରାଇବର୍‌ ଯୋଡ଼ିଛି । ଟ୍ରାଇର ରିପୋର୍ଟ ମୁତାବକ ଏୟାରଟେଲ୍‌ର ଏବେ ସର୍ବମୋଟ ସବ୍‌ସ୍କ୍ରାଇବର୍‌ ସଂଖ୍ୟା ୧୧ କୋଟି ୯ ଲକ୍ଷ ୧୪ ହଜାର ୪୮ ରହିଛି । ଏହାର ଅର୍ଥ ୧୧ ମିଲିୟନ୍‌ରୁ ଅଧିକ ଲୋକ ଏୟାରଟେଲ୍‌ ଡିଜିଟାଲ୍‌ ଟିଭି ଉପରେ ଏବେ ଭରସା କରିଛନ୍ତି । ଏହା ଏୟାରଟେଲ୍‌ର ହାଇବ୍ରିଡ୍ ସର୍ଭିସ୍‌କୁ ଅଧିକରୁ ଅଧିକ ଘରେ ପହଞ୍ଚାଇବାରେ ସହାୟକ ହେବ । ଏହାର ଅର୍ଥ ଏବେ ଏୟାରଟେଲ୍‌ ମୋବାଇଲ ସହ ଡିଟିଏଚ୍‌ ଗ୍ରାହକଙ୍କୁ ଟାଣିବାକୁ ଜୋରସୋର ପ୍ରୟାସ ଚଳାଇଛି । ଏହା କେତେ ସଫଳ ହେବ ତାହା ସମୟ କହିବ ।