୨୫ ମିନିଟ୍‌ରେ ଖେଳ ଖତମ୍‌, ୯ ଆତଙ୍କୀ ଆଡ୍ଡାକୁ ଧୂଳିସାତ୍‌ କଲା ତିନି ସେନା

Advertisment

 ୨୫ ମିନିଟ୍‌ରେ ୯ ଆତଙ୍କୀ ଆଡ୍ଡାକୁ ଧୂଳିସାତ୍‌ କଲା ତିନି ସେନା । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍‌ ସିନ୍ଦୂର

 ୨୫ ମିନିଟ୍‌ରେ ୯ ଆତଙ୍କୀ ଆଡ୍ଡାକୁ ଧୂଳିସାତ୍‌ କଲା ତିନି ସେନା । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍‌ ସିନ୍ଦୂର

୨୫ ମିନିଟ୍‌ରେ  ଖେଳ ଖତମ୍‌

୨୫ ମିନିଟ୍‌ରେ ଖେଳ ଖତମ୍‌ Photograph: (kanakNews)

କନକ ବ୍ୟୁରୋ : ୨୫ ମିନିଟ୍‌ରେ ଖେଳ ଖତମ୍‌ । ମାତ୍ର ୨୫ ମିନିଟ୍‌ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍‌ କରିଛନ୍ତି । ଅପରେସନ୍‌  ସିନ୍ଦୂର ନେଇ  ଭାରତୀୟ ସେନାର  ଏହା ହେଉଛି ବଡ ସୂଚନା । ରାତି ୧ଟା ୫ରୁ ୧ଟା ୩୦  ମଧ୍ୟରେ  ହୋଇଥିଲା ଅପରେସନ୍‌ ସିନ୍ଦୂର । ଏଥିରେ ୯ଟି ଆତଙ୍କୀ ଆଡ୍ଡାକୁ କରାଯାଇଥିଲା ଟାର୍ଗେଟ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ  ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ  ଧ୍ବଂସ କରିଛି ।

ଭାରତର  ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ  ନିର୍ଦ୍ଦେଶ ଜାରି ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe