ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍‌ରେ ଟ୍ରମ୍ପ କହିଲେ: ‘ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ’

Advertisment

ଅତିତ ଘଟଣାକୁ ନେଇ ଏପରି କିଛି ଘଟିବାର ପୂର୍ବାନୁମାନ ଥିଲା ବୋଲି ଟ୍ରମ୍ପ କହିଛନ୍ତି

ଅତିତ ଘଟଣାକୁ ନେଇ ଏପରି କିଛି ଘଟିବାର ପୂର୍ବାନୁମାନ ଥିଲା ବୋଲି ଟ୍ରମ୍ପ କହିଛନ୍ତି

‘ମୁଁ ଜାଣିଥିଲି  ଭାରତ ପ୍ରତିଶୋଧ ନେବ’

‘ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ’ Photograph: (kanakNews)

କନକ ବ୍ୟୁରୋ: ମୁଁ ଜାଣିଥିଲି  ଭାରତ ପ୍ରତିଶୋଧ ନେବ । ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପରେ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ  ଧ୍ବଂସ କରିଛି । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ପୂର୍ବରୁ ଆଶଙ୍କା କରାଯାଉଥିଲା କିଛି ହେବ ବୋଲି ।

ଆଉ ଆଶା ଥିଲା ଏହା ବହୁତ ଶୀଘ୍ର ଶେଷ ହେବ ବୋଲି । ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି  ମୁଁ  ଏବେ ଏବେ ଅପରେସନ ସିନ୍ଦୂର ବିଷୟରେ ଜାଣିଲି । ଅତୀତ ଘଟଣାକୁ ନେଇ ଏପରି କିଛି ଘଟିବାର ପୂର୍ବାନୁମାନ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଏପଟେ ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ର ପୁଷ୍ଟି କରିଛି ପାକିସ୍ତାନର ସେନା । ପାକ୍‌ ର ସେନା କହିଛି ଭାରତୀୟ ମିସାଇଲ୍‌ ଆକ୍ରମଣରେ ପାକିସ୍ତାନର ସୀମା ଭିତରର ତିନିଟି ସ୍ଥାନ ମୁଜାଫରବାଦ, କୋଟଲୀ ଏବଂ ବହାବଲପୁରର  ଅହମ୍ମଦ  ଇଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe