କନକ ବ୍ୟୁରୋ: ଚେନ୍ନାଇର ମାରିନା ବିଚରେ ଭାରତୀୟ ବାୟୁସେନା ଶକ୍ତି ପଦର୍ଶନ କରିଛି । ବାୟୁସେନାର ଏରୋବାଟିକ୍ ପ୍ରଦର୍ଶନ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ଏୟାର ସୋରେ ରାଫାଲ, ସ୍ୱଦେଶୀ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ, ସୁଖୋଇ ୩୦ ଏମକେଆଇ, ସାରଙ୍ଗ ହେଲିକପ୍ଟର ସମେତ ୭୨ ଯୁଦ୍ଧବିମାନ ସାମିଲ ହୋଇଛି। ବାୟୁସେନାର ୯୨ ତମ ବାୟୁସେନା ଦିବସକୁ ଦୃଷ୍ଟିରେ ରଖି ଏହାର ଆୟୋଜନ କରାଯାଇଛି। ‘ସୂର୍ଯ୍ୟ କିରଣ’ , ତ୍ରୀଶୁଳ, ରୁଦ୍ର, ସୋ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। ବାୟୁସେନାର ଏହି ସୋ ଦେଖିବାକୁ ମାରିନା ବିଚରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us