କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କ୍ରମାଗତ ବାୟୁର ଗୁଣବତ୍ତା ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ସ୍ଥିତି ସାଂଘାତିକ ହେଉଛି । ଏନ୍ସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ର ତୃତୀୟ ପର୍ଯ୍ୟ।ୟ ପଦକ୍ଷେପ ଲାଗୁ ହୋଇଛି। ସକାଳ ୯ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୧୧ ରହିଛି । ଯାହାକି ବେଶ ସାଂଘାତିକ ବୋଲି କୁହାଯାଏ ।
କଳେବଳେ କୌଶଳେ ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେପଟେ ଚିନ୍ତା ବଢ଼ାଇଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା । କୁହାଯାଉଛି ଦିଲ୍ଲୀର ବାୟୁ ଏତେ ବିଷାକ୍ତ ହେଲାଣି କି ନିଶ୍ବାସପ୍ରଶ୍ବାସ ନେବା ବେଶ କଷ୍ଟ ହେଉଛି । ୨୫ରୁ ୩୦ଟି ସିଗାରେଟ ଯେତିକି କ୍ଷତିକାରକ ସେତିକି କ୍ଷତି ରାଜଧାନୀର ବାୟୂ । ଏହା ବିଶେଷ କରି ବୟସ୍କ, ଶିଶୁ ଓ ଶ୍ବାସଜନିତ ରୋଗୀଙ୍କ ପାଇଁ ଜୀବନହାନିର କାରଣ ହୋଇପାରେ ।
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ
ଗ୍ରାଫ ୩ ଓ ୪ ଲାଗୁ ପରେ ଡିଜେଲ ଗାଡି ଚଳାଚଳ ଉପରେ କଟକଣା । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୫ଲକ୍ଷ ବାହାର ରାଜ୍ୟ ଗାଡି ପ୍ରବେଶ କରିପାରିବନି । ନିୟମ ଭାଙ୍ଗିଲେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା । ଲୋକେ କଫ, ଜ୍ବରରେ ପୀଡ଼ିତ ହେଉଥିବାବେଳେ ସେମାନଙ୍କ ଆଖିରୁ ଲୁହ ଝରୁଥିବା ଦେଖାଯାଉଛି। କ୍ରୋନିକ ଅବଷ୍ଟ୍ରକ୍ଟିଭ ପଲମନାରୀ ଡିଜିଜ ବା ସିଓପିଡି, ନିମୋନିଆ, ବ୍ରୋଙ୍କାଇଟିସ, ନିମୋନିଆ ପୀଡ଼ିତ । ବାୟୁ ମଣ୍ଡଳରେ ଓଜୋନ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକସାଇଡ ଓ ନାଇଟ୍ରୋଜେନ ଡାଇଅକ୍ସାଇଡ ରହୁଛି । ଲୋକେ ନାହିଁ ନଥିବା ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଦିଲ୍ଲୀର ପ୍ରଦୂଷଣ ଦିନକୁ ୨୫ଟି ସିଗାରେଟ ପରି କ୍ଷତିକାରକ ।