କନକବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ଏବେ ଏକ ପ୍ରକାର ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି । ପ୍ରଦୂଷଣର ମାତ୍ରା ‘ଅତି ଗମ୍ଭୀର’ ଶ୍ରେଣୀରେ ପହଞ୍ଚିଥିବା ବେଳେ ଆଜି ସକାଳୁ ଦୃଶ୍ୟମାନତା ଶୂନ୍ୟକୁ ଖସି ଆସିଛି । ଘନ କୁହୁଡ଼ିର ଚାଦର ଭିତରେ ସମ୍ପୂର୍ଣ୍ଣ ଦିଲ୍ଲୀ-ଏନସିଆର୍ ଅଦୃଶ୍ୟ ହୋଇଯାଇଛି । ଏହାର ସିଧାସଳଖ ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ବିମାନ ବିଳମ୍ବରେ ଚଳାଚଳ କରୁଥିବା ବେଳେ କେତେକ ଉଡ଼ାଣକୁ ବାତିଲ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଆଡଭାଇଜରି ଜାରି କରାଯାଇଛି । ଯାତ୍ରୀମାନଙ୍କୁ ବିମାନବନ୍ଦର ଆସିବା ପୂର୍ବରୁ ସେମାନଙ୍କ ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଏକ୍ୟୁଆଇ ସ୍ତର ୪୫୦ ଉପରେ ରହିଥିବାରୁ ଲୋକଙ୍କୁ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ।
ଅଧିକ ପଢନ୍ତୁ... ଆସାମରେ ଟ୍ରେନ୍ ଧକ୍କାରେ ୮ ହାତୀ ମୃତ : ସେପଟେ ଝାଡ଼ଖଣ୍ଡରେ ହାତୀପଲ ଉପରେ ଆକ୍ରମଣRA
ଅନ୍ୟପଟେ ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିପଦକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରାୟ ୧୨.୫୨ କୋଟି ନାଗରିକଙ୍କ ମୋବାଇଲ୍ ଫୋନକୁ ସତର୍କତା ବାର୍ତ୍ତା ବା ଏସଏମଏସ ପଠାଯାଇଛି । ଗୋରଖପୁର, ବାରାଣସୀ, କାନପୁର ଏବଂ ପ୍ରୟାଗରାଜ ସମେତ ୫୦ରୁ ଅଧିକ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି । କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ଶୂନକୁ ଖସି ଆସିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରବଳ ଶୀତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯିବା ସହ ଲୋକଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ପଶ୍ଚିମା ପ୍ରଭାବ ଯୋଗୁଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ଗମ୍ଭୀର ସ୍ତରରେ ରହିଛି
କୁହୁଡ଼ି ଯୋଗୁଁ ସଡ଼କ ପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି
ଅନେକ ସ୍ଥାନରେ ଦୃଶ୍ୟମାନତା ୫୦ ମିଟରରୁ କମ୍ ରହିଛି
ବିମାନବନ୍ଦରରେ ‘CAT III’ ନାଭିଗେସନ୍ ସିଷ୍ଟମ ବ୍ୟବହାର କରାଯାଉଛି, ଯାହା ସ୍ୱଳ୍ପ ଦୃଶ୍ୟମାନତାରେ ବିମାନ ଅବତରଣରେ ସାହାଯ୍ୟ କରେ
ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି, ଉତ୍ତର ଭାରତକୁ ଆସୁଥିବା ୨୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି
ବିମାନ କମ୍ପାନିଗୁଡ଼ିକୁ ଯାତ୍ରୀମାନଙ୍କୁ ସମୟ ସମୟରେ ଏସ୍ଏମ୍ଏସ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି
ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଅନଲାଇନ୍ କ୍ଲାସ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ବୃଦ୍ଧ ଏବଂ ଶ୍ୱାସରୋଗୀଙ୍କୁ ବାହାରକୁ ନଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/9ne-2025-12-20-14-46-16.jpg)