କନକ ବ୍ୟୁରୋ : କ୍ରିକେଟ ପଡ଼ିଆରେ ପ୍ରଦୂଷଣର କରାଳ ରୂପ । ରଣଜୀ ମ୍ୟାଚ୍ରେ ମାସ୍କ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ସର୍ଫରାଜ ଖାନ । ମୁମ୍ବାଇରେ ବଢୁଥିବା ବାୟୁ ପ୍ରଦୂଷଣ ଏବେ କ୍ରିକେଟ ପଡ଼ିଆରେ ଚିନ୍ତାର କାରଣ ସାଜିଛି । ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍ ସମୟରେ ପ୍ରଦୂଷଣର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଷ୍ଟାର ବ୍ୟାଟର ସର୍ଫରାଜ ଖାନଙ୍କ ସମେତ ମୁମ୍ବାଇ ଦଳର ଅନ୍ୟ ଖେଳାଳିମାନେ ପଡ଼ିଆରେ ନିଶ୍ୱାସ ନେବାରେ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଅଧିକ ପଢନ୍ତୁ : ଭାରତ-ପାକିସ୍ତାନ ଖେଳାଳିଙ୍କୁ ସୁରକ୍ଷା ଦେବ ଶ୍ରୀଲଙ୍କାର ସ୍ବତନ୍ତ୍ର କମାଣ୍ଡୋ ବାହିନୀ
ପରିସ୍ଥିତି ଏପରି ହୋଇଥିଲା ଯେ, ସର୍ଫରାଜଙ୍କୁ ସୁରକ୍ଷା ଦୃଷ୍ଟିରୁ ମୁହଁରେ ମାସ୍କ ପିନ୍ଧି ଫିଲ୍ଡିଂ କରିବାକୁ ପଡ଼ିଥିଲା । ସୂଚନା ଅନୁଯାୟୀ, ମୁମ୍ବାଇର ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ଖରାପ ସ୍ତରକୁ ଖସି ଆସିଥିବାରୁ ଖେଳାଳିମାନେ ଥକ୍କାପଣ ଓ ଗଳାରେ ଅସହଜତା ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି । ବିଶେଷ କରି ଖୋଲା ପଡ଼ିଆରେ ଦୀର୍ଘ ସମୟ ଧରି ଖେଳିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି । ପୂର୍ବରୁ ଦିଲ୍ଲୀରେ ଏଭଳି ପରିସ୍ଥିତି ଦେଖାଯାଉଥିବା ବେଳେ ଏବେ ମୁମ୍ବାଇରେ ଖେଳାଳିମାନେ ମାସ୍କ ପିନ୍ଧି ଖେଳିବା କ୍ରିକେଟ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି ।
Follow Us