କନକ ବ୍ୟୁରୋ : ଏୟାର ମାର୍ଶଲ ଅମରପ୍ରୀତ ସିଂ ଭାରତୀୟ ବାୟୁସେନାର ପ୍ରମୁଖ ହେବେ । ଏବେ ସେ ଭାରତୀୟ ବାୟୁ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେପ୍ଟେମ୍ବର ୩୦ ତାରିଖରେ ସେ ମୁଖ୍ୟଭାବେ ପଦଭାର ଗ୍ରହଣ କରିବେ । ସେ ବାୟୁସେନାର ଏବେ ପ୍ରମୁଖ ଥିବା ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ଠାରୁ ପଦଭାର ସମ୍ଭାଳିବେ । 

Advertisment

ରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ସରକାର ବର୍ତ୍ତମାନ ବାୟୁସେନାର ଉପପ୍ରମୁଖ ଭାବେ କାର୍ଯ୍ୟ କରୁଥିବା ଅମରପ୍ରୀତ ସିଂଙ୍କୁ  ବାୟୁସେନାର ମୁଖ୍ୟଭାବେ ନିଯୁକ୍ତ କରାଯାଇଛି ।

ଏୟାର ମାର୍ଶଲ ଅମରପ୍ରୀତଙ୍କ ନାମରେ ଅନେକ ରେକର୍ଡ ରହିଛି । ସେ ୧୯୬୪ ମସିହା ଅକ୍ଟୋବର ୨୭ ତାରିଖରେ ଜନ୍ମ ହୋଇଥିଲେ । ୨୦୨୩ ମସିହା ଫେବୃଆରୀ ପହିଲାରୁ ସେ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପାଖରେ ୫ ଘଣ୍ଟାରୁ ଅଧିକ ସମୟ ଓଡାଣ ଭରିଥିବାର ଅଭିଜ୍ଞତା ରହିଛି ।