କନକ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଇଚ୍ଛାକୃତ ଥିଲା ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ବିମାନ ଦୁର୍ଘଟଣା ଇତିହାସର ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ଘଟଣା ମଧ୍ୟରୁ ଏହା ଗୋଟିଏ ଘଟଣା ଥିଲା । ଏହି ଦୁର୍ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ, ବିମାନ ଇଞ୍ଜିନରେ ଇନ୍ଧନ ବନ୍ଦ ହେବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଏହା ଜାଣିଶୁଣି କରାଯାଇଥିଲା । ଇଟାଲୀୟ ଦୈନିକ ଖବରକାଗଜ ‘କୋରିଏର ଡେଲା ସେରା’ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଏବଂ ୱାସିଂଟନ ମଧ୍ୟରେ ହୋଇଥିବା ସଦ୍ୟତମ ଆଲୋଚନା ସମ୍ପର୍କିତ ଦୁଇଟି ସୂତ୍ରକୁ ଉଦ୍ଧୃତ କରି ଏହି ରିପୋର୍ଟ ଦେଇଛନ୍ତି । ତଥାପି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ କୌଣସି ନିଷ୍କର୍ସରେ ପହଞ୍ଚିବା ତରବରିଆ ହେବ । ରିପୋର୍ଟ ଅନୁଯାୟୀ, ଭାରତୀୟ ତଦନ୍ତକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ଗତବର୍ଷ ଜୁନ୍ରେ ହୋଇଥିବା ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁ ହୋଇନଥିଲା। ତଦନ୍ତକାରୀ ଅଧିକାରୀ ସେମାନଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ତଦନ୍ତରେ ସହାୟତା କରୁଥିବା ଆମେରିକୀୟ ବିଶେଷଜ୍ଞମାନେ ଏହି ଫଳାଫଳକୁ ଏକ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି ବୋଲି ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି ।
ଏୟାର ଇଣ୍ଡିଆ ଏୟାରଲାଇନ୍ସର ବୋଇଂ ୭୮୭ ଡ୍ରିମ୍ଲାଇନର୍ ୨୦୨୫ ଜୁନରେ ଅହମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କେଇ ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ବିମାନ ଯାତ୍ରୀ ଓ ବିମାନ ଧକ୍କା ଦେଇଥିବା ମେଡିକାଲ ହଷ୍ଟେଲର ଛାତ୍ର ଥିଲେ। ଜଣେ ମାତ୍ର ବିମାନ ଯାତ୍ରୀ ଏଥିରେ ବଞ୍ଚି ଯାଇଥିଲେ। ଜୁଲାଇ ୨୦୨୫ରେ ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ପକ୍ଷରୁ ଜାରି ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ, କକ୍ପିଟ୍ରେ ଦୁଇ ପାଇଲଟଙ୍କ ମଧ୍ୟରେ ଅନ୍ତିମ ବାର୍ତ୍ତାରେ ଜଣେ ପାଇଲଟ ଅନ୍ୟ ଜଣଙ୍କୁ କାହିଁକି ଇନ୍ଧନ ସ୍ବିଚ୍ ବନ୍ଦ କରିଦେଲ ବୋଲି ପଚାରୁଥିବାବେଳେ ସେହି ପାଇଲଟ ଜଣକ ମୁଁ ଏମିତି କରିନାହିଁ ବୋଲି କହୁଥିବା କକପିଟ୍ ଭଏସ୍ ରେକର୍ଡିଂରୁ ଜାଣିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ---ଚୀନର ଅଦୃଶ୍ୟ ହଣ୍ଟର, ଆମେରିକା ପାଇଁ ସୃଷ୍ଟି କରିବ ବଡ଼ ସମସ୍ୟା
ଇଟାଲୀୟ ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ, ଜଣେ ପାଇଲଟ ଇନ୍ଧନ ନିୟନ୍ତ୍ରଣ ସ୍ବିଚ୍ ବନ୍ଦ କରିଦେଇଥିବାରୁ ବିମାନଟି ଶକ୍ତି ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ତଦନ୍ତକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି। କ୍ୟାପଟେନ୍ ସୁମିତ ସବରୱାଲ ଏହି ବିମାନର ମୁଖ୍ୟ ପାଇଲଟ ଥିବାବେଳେ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ସହାୟକ ପାଇଲଟ ଥିଲେ। ତେବେ ଘଟଣା ଅସ୍ପଷ୍ଟ ଥିଲେ ମଧ୍ୟ କ୍ୟାପ୍ଟେନ ସୁମିତ ସବରୱାଲଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଇଛି। ଦୁର୍ଘଟଣାର ମାସକ ପରେ କ୍ୟାପ୍ଟେନ ସୁମିତ୍ ପତ୍ନୀଙ୍କ ସହିତ ଛାଡ଼ପତ୍ର ପରେ ମାନସିକ ଅବସାଦଗ୍ରସ୍ତ ଥିବା ଜଣାପଡ଼ିଥିଲା। ଏଏଆଇବି ରିପୋର୍ଟ ଆସିବା ପରେ ପାଇଲଟ ଆସୋସିଏସନ୍ ଓ ସୁମିତଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରି ପୁଣି ଥରେ ତଦନ୍ତ କରିବାକୁ ଦାବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/airindia-2026-02-12-15-19-16.jpg)