କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶ । ଏତେ ଭୟଙ୍କର ଦୁର୍ଘଟଣା, ଯେଉଁଥିରେ ଜଣେ ବି ବଞ୍ଚିନାହାନ୍ତି । ସେଠାରେ ରମେଶଙ୍କ ବଞ୍ଚିଯିବା କୌଣସି ଚମତ୍କାରଠୁ କମ୍ ନୁହେଁ । ବିମାନରୁ ଡେଇଁବାରୁ ବଞ୍ଚିଯାଇଛି ଏକମାତ୍ର ଜୀବନ । ରମେଶ କେମିତି ବଞ୍ଚିଲେ, ତାହା କେହି ବିଶ୍ବାସ କରିପାରୁନାହାନ୍ତି । ଏହାରି ଭିତରେ ରମେଶଙ୍କୁ ହସ୍ପିଟାଲ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

Advertisment

କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା, କେମିତି ବଞ୍ଚିଗଲେ ରମେଶ । ସେସବୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ରମେଶ କହିଛନ୍ତି ଯେ ସେ ନିଜେ ବି ବିଶ୍ବାସ କରିନଥିଲେ ସେ ବଞ୍ଚିଯିବେ ବୋଲି । ହେଲେ କେମିତି ବଞ୍ଚିଗଲେ ନିଜେ ବି ଜାଣିନାହାନ୍ତି ।

ଏୟାରଇଣ୍ଡିଆ ବିମାନର ସିଟ୍ ନମ୍ବର 11ଏ
ବିମାନର ସବୁଠୁ ଆଗରେ ଥାଏ ବିଜନେସ କ୍ଲାସ୍
ଏହାପରେ ଥାଏ ଇକନୋମି କ୍ଲାସ୍
ଏହାର ମଧ୍ୟରେ ଅଛି ମୁଖ୍ୟ କବାଟ
ଏହି କବାଟକୁ ଲାଗିକି ରହିଥାଏ 11ଏ ସିଟ୍
ଏହାକୁ ଲାଗି ରହିଛି 11ବି,11ସି,11ଡି,11ଇ ଓ 11 ଏଫ୍
ଏହିଠାରେ ରହିଥାଏ ଏମରଜେନ୍ସି ଏଗ୍‌ଜିଟ୍ 
ବିମାନରେ ୩ ପ୍ରକାର ଏଗ୍‌ଜିଟ୍‌ ଗେଟ୍ ଥାଏ
ବିମାନର ସମ୍ମୁଖ ଭାଗରେ ରହିଥାଏ ଫରୱାର୍ଡ୍ ଏଗ୍‌ଜିଟ୍‌ ଗେଟ୍
ବିମାନର ପଛପଟେ ରହିଥାଏ ଫରୱାର୍ଡ୍ ଏଗ୍‌ଜିଟ୍‌ ଗେଟ୍
ଇକନୋମି କ୍ଲାସ୍ ଯାତ୍ରୀଙ୍କ ପାଇଁ ଏହା ବ୍ୟବହାର ହୁଏ
ବିମାନର ପଙ୍ଖା ଉପରେ ଥାଏ ଓଭର ୱିଙ୍ଗ ଏଗ୍‌ଜିଟ୍‌ ଗେଟ୍
ଏହି ଦ୍ବାର ପାଖ ସିଟ୍ ଗୁଡ଼ିକରେ ଥିବା ଯାତ୍ରୀଙ୍କ ବଞ୍ଚିବା ସମ୍ଭାବନା ଅଧିକ