କନକ ବ୍ୟୁରୋ: ବିମାନରେ ବୋମା ଆତଙ୍କ । ଦିଲ୍ଲୀରେ ଜରୁରୀ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ। ଏୟାର ଇଣ୍ଡିଆ ବିମାନ(ଏଆଇ୧୧୯)ରେ ଏଭଳି ଆତଙ୍କ ଦେଖିବାକୁ ମିଳିଛି । ବିମାନଟି ଆଜି ସକାଳୁ ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯିବାର ଥିଲା । ବିମାନ ଉଡାଣ ଭରିବା ପରେ ବୋମା ଥିବା ନେଇ ସୂଚନା ମିଳିଥିଲା । ପରେ ବିମାନଟିକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦନରେ ଜରୁରୀ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସ୍ୱତନ୍ତ୍ର ଟିମ ପହଞ୍ଚି ବିମାନର ଯାଞ୍ଚ କରିଛନ୍ତି । ଯାତ୍ରୀଙ୍କ ସରକ୍ଷା ପାଇଁ ସବୁ ପ୍ରକାରର ସୁରକ୍ଷା ପ୍ରୋଟକଲ ପାଳନ କରାଯାଉଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନରେ ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ
Advertisment
Follow Us