କନକ ବ୍ୟୁରୋ: ବିମାନରେ ବୋମା ଆତଙ୍କ । ଦିଲ୍ଲୀରେ ଜରୁରୀ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ। ଏୟାର ଇଣ୍ଡିଆ ବିମାନ(ଏଆଇ୧୧୯)ରେ ଏଭଳି ଆତଙ୍କ ଦେଖିବାକୁ ମିଳିଛି । ବିମାନଟି ଆଜି ସକାଳୁ ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯିବାର ଥିଲା । ବିମାନ ଉଡାଣ ଭରିବା ପରେ ବୋମା ଥିବା ନେଇ ସୂଚନା ମିଳିଥିଲା । ପରେ ବିମାନଟିକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦନରେ ଜରୁରୀ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସ୍ୱତନ୍ତ୍ର ଟିମ ପହଞ୍ଚି ବିମାନର ଯାଞ୍ଚ କରିଛନ୍ତି । ଯାତ୍ରୀଙ୍କ ସରକ୍ଷା ପାଇଁ ସବୁ ପ୍ରକାରର ସୁରକ୍ଷା ପ୍ରୋଟକଲ ପାଳନ କରାଯାଉଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନରେ ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ
ବିମାନରେ ବୋମା ଆତଙ୍କ। ଦିଲ୍ଲୀରେ ଜରୁରୀ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ। ଏୟାର ଇଣ୍ଡିଆ ବିମାନ(ଏଆଇ୧୧୯)ରେ ଏଭଳି ଆତଙ୍କ ଦେଖିବାକୁ ମିଳିଛି। ବିମାନଟି ଆଜି ସକାଳୁ ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯିବାର ଥିଲା।
/kanak/media/media_files/xYJYzTt4CHmcTBUnmlid.jpg)