ଏୟାର୍ ଇଣ୍ଡିଆ ଦୁର୍ଘଟଣା: ସ୍ବର୍ଗତ କ୍ୟାପ୍‌ଟେନଙ୍କ ପାଇଲଟ୍ ପୁତୁରାଙ୍କୁ ସମନ, ପାଇଲଟ ସଂଘର ବିରୋଧ

Advertisment

ଗତବର୍ଷ ଜୁନ୍ ୧୨ ତାରିଖରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର୍ ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମେଘାନିନଗରସ୍ଥିତ ବିଜେ ମେଡିକାଲ କଲେଜର ହଷ୍ଟେଲ କମ୍ପ୍ଲେକ୍ସରେ ବିମାନଟି ଖସି ପଡ଼ିବାରୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। 

15bbs_31_15012026_111

କନକ ବ୍ୟୁରୋ : ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ମାମଲାରେ ସ୍ୱର୍ଗତ କ୍ୟାପ୍‌ଟେନ ସୁମିତ ସଭରୱାଲଙ୍କ ପୁତୁରା କ୍ୟାପ୍‌ଟେନ ବରୁଣ ଆନନ୍ଦଙ୍କୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ଡକାଇବା ପରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍ସ (ଏଫ୍ଆଇପି) ତୀବ୍ର ଆପତ୍ତି ଉଠାଇଛି। ଏଫ୍ଆଇପି ଏଏଆଇବିକୁ ଏକ ଆଇନଗତ ନୋଟିସ୍ ପଠାଇ ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ଅବାଞ୍ଛିତ ଓ ହଇରାଣ କରିବା ସହ ସମାନ ବୋଲି କହିଛି। 

ଏୟାର୍ ଇଣ୍ଡିଆର ଜଣେ କାର୍ୟ୍ୟରତ ପାଇଲଟ୍ ତଥା ଏଫ୍ଆଇପି ସଦସ୍ୟ କ୍ୟାପ୍‌ଟେନ ଆନନ୍ଦଙ୍କୁ ଜାନୁଆରି ୧୫ରେ ହାଜର ହେବାକୁ ଥିବା ସମନ ବିଷୟରେ ତାଙ୍କ ନିଯୁକ୍ତିଦାତା ସୂଚନା ଦେଇଥିଲେ। ଏଫ୍ଆଇପି ଦର୍ଶାଯାଇଛି ଯେ ନୋଟିସ୍ ସମନର ବୈଧାନିକ ଆଧାର, ଉଦ୍ଦେଶ୍ୟ କିମ୍ବା ପ୍ରାସଙ୍ଗିକତା ନିର୍ଦ୍ଦିଷ୍ଟ କରିବାରେ ବିଫଳ ହୋଇଛି। କ୍ୟାପ୍‌ଟେନ ବରୁଣ ଆନନ୍ଦଙ୍କର ଏହି ଘଟଣା ସହିତ କୌଣସି ସମ୍ପର୍କ ନ ଥିବା ବେଳେ ତାଙ୍କୁ ଡକାଇବା ଏହା ସମ୍ପୂର୍ଣ୍ଣ ଅଯୌକ୍ତିକ। ଏକ ଦୁଃଖଦ ଘଟଣା ପରେ ଏହା ଅଧିକ ନିର୍ୟ୍ୟାତନା ଦେବା ସହିତ ସମାନ ବୋଲି ପାଇଲଟ୍ ସଂଘ ଏଏଆଇବି ଅଧିକାରୀଙ୍କୁ କହିଛି। ତେବେ କ୍ୟାପ୍‌ଟେନ ଆନନ୍ଦ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। 

ପାଇଲଟ୍ ପିଇଥିଲେ ମଦ ଆଉ ତା ପରେ ଘଟିଲା...; କାନାଡାରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ

ଗତବର୍ଷ ଜୁନ୍ ୧୨ ତାରିଖରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର୍ ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମେଘାନିନଗରସ୍ଥିତ ବିଜେ ମେଡିକାଲ କଲେଜର ହଷ୍ଟେଲ କମ୍ପ୍ଲେକ୍ସରେ ବିମାନଟି ଖସି ପଡ଼ିବାରୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। 

ଏୟାର୍ ଇଣ୍ଡିଆର ମୂଳ କମ୍ପାନି ଟାଟା ଗ୍ରୁପ୍ ପୀଡିତଙ୍କ ପରିବାରକୁ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛି। ଏଏଆଇବି ଏହି ବିପର୍ୟ୍ୟୟର କାରଣ ଅନୁସନ୍ଧାନ ଜାରି ରଖିଛି, ଯାହା ନିକଟ ଅତୀତରେ ଭାରତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଜୁଲାଇରେ ପ୍ରକାଶିତ ଏକ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ ଉଡ଼ାଣ ଆରମ୍ଭ ହେବା ପରେ ତୁରନ୍ତ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା, ଯାହା ଦୁର୍ଘଟଣାର କାରଣ ହୋଇଥିଲା। ଇନ୍ଧନ ସୁଇଚ୍ ପରିବର୍ତ୍ତନ ଆକସ୍ମିକ ଭାବେ ଘଟିଥିଲା ନା ଏହା ଘଟାଯାଇଥିଲା, ତାହା ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ, ଯଦିଓ କିଛି ପର୍ଯ୍ୟବେକ୍ଷକ  ପାଇଲଟ୍‌ମାନଙ୍କୁ ଦାୟୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe