କନକ ବ୍ୟୁରୋ :
- ଏୟାର ଇଣ୍ଡିଆ ନାଁରେ ସାଂଘାତିକ ଅଭିଯୋଗ
- କ୍ଷତିପୂରଣ ଦେବା ନାଁରେ ଶୋଷଣ କରୁଛି ଏୟାରଇଣ୍ଡିଆ, ମିଛ କାଗଜପତ୍ରରେ ଦସ୍ତଖତ ପାଇଁ ମୃତକଙ୍କ ପରିବାର ଉପରେ ପକାଉଛି ଚାପ
- କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଅଡ଼ୁଆରେ ଏୟାରଇଣ୍ଡିଆ
- ମୃତକଙ୍କ ପରିବାରର ଅଭିଯୋଗ, କ୍ଷତିପୂରଣ ଦେବାକୁ ଖେଳୁଛି ଏୟାରଲାଇନ୍ସ
- ମଗାଯାଉଛି ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ, ନଦେଲେ ଦିଆଯାଉଛି ଧମକ
- ଚାପ ବଢ଼ିବାରୁ କୋର୍ଟଙ୍କ ଦ୍ବାରସ୍ଥ ମୃତକଙ୍କ ପରିବାର
ଏଭଳି କିଛି ଅଭିଯୋଗ ଜଣେ କି ଦୁଇ ଜଣ ନୁହେଁ ପୂରା ୪୦ ପରିବାର ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକାରୀ ହେଲେ ଲଣ୍ଡନରେ ରହୁଥିବା କିଛି ଭାରତୀୟ ଓ କିଛି ବ୍ରିଟିଶ ପରିବାର । ଯେଉଁମାନଙ୍କ ସର୍ମ୍ପକୀୟ ଜୁନ ୧୨ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବ୍ରିଟେନର ଏକ ନାମୀ ଲ’ ଫାର୍ମ ଷ୍ଟିୱାଟ ଏହି ୪୦ଜଣ ପରିବାରଙ୍କ ଅଭିଯୋଗ ଆଧାରରେ ଏୟାରଇଣ୍ଡିଆ ବିରୋଧରେ ମାମଲା ଲଢୁଛି ।
ଏୟାରଇଣ୍ଡିଆ ନାଁରେ ସଙ୍ଗିନ ଅଭିଯୋଗ:
- ଦୁଃଖ ସମୟରେ ମୃତକଙ୍କ ପରିବାରକୁ ଶୋଷଣ କରୁଛି ଏୟାରଇଣ୍ଡିଆ
- କ୍ଷତିପୂରଣ ଦେବାକୁ ମୃତକଙ୍କ ପରିବାରକୁ ଅନାବଶ୍ୟକୀୟ ତଥ୍ୟ ମଗାଯାଉଛି
- ପରିବାରଙ୍କଠୁ ଜୋରଜବରଦସ୍ତି ଆର୍ଥିକ ତଥ୍ୟ ଓ ଆୟ ବିବରଣୀ ମଗାଯାଉଛି
- କ୍ଷତିପୂରଣ ଫର୍ମ ଜଟିଳ ହୋଇଥିବାରୁ ଏହାକୁ ପୂରଣ କରିବାକୁ ସମସ୍ୟା ହେଉଛି
- ଏୟାରଲାଇନ୍ସ ଅନୁସାରେ ଫର୍ମ ପୂରଣ କରାନଗଲେ କ୍ଷତିପୂରଣ ଦିଆଯିବନି ବୋଲି ଧମକ ମିଳୁଛି
- ମାମଲା ଲଢୁଥିବା ଓକିଲ ଫର୍ମ ପୂରଣ ନକରିବାକୁ ପରାମର୍ଶ ଦେଇଛନ୍ତି
- ୪୦ଜଣ ପରିବାରଙ୍କ ଅଭିଯୋଗ ପରେ ବ୍ରିଟେନ୍ କୋର୍ଟରେ ନୂଆ ମାମଲା ଆରମ୍ଭ ହୋଇଛି
ଅହମଦାବାଦ ବିମାନ ଦୁର୍ଘଟଣା ପରେ ମୃତକଙ୍କ ପରିବାର ପାଇଁ ଏୟାରଲାଇନ୍ସ କ୍ଷତିପୂରଣ ରାଶି ଘୋଷଣା କରିଥିଲା । ମୃତକଙ୍କ ପରିବାରଙ୍କୁ ଏକ କୋଟି ଲେଖାଏଁ କ୍ଷତିପୂରଣ ସହ ଆହତଙ୍କୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା ପରେ ପରିବାର ସେହି ଅନୁଯାୟୀ ଦାବି ଆରମ୍ଭ କରିଛନ୍ତି । ତେବେ ଫର୍ମ ପୂରଣ ସମୟରେ ଯେଉଁ ସମସ୍ୟା ଦେଇ ଗତି କରୁଛନ୍ତି ତାକୁ ନେଇ ବଡ ଅଭିଯୋଗ କରିଛି ଲ ଫାର୍ମ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଏୟାରଇଣ୍ଡିଆ । ଅଭିଯୋଗକୁ ଭିତିହୀନ କହି ଏୟାରଲାଇନ୍ସ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ମର୍ମାହତ କରିଛି । ଯଥାଶୀଘ୍ର ମୃତକଙ୍କ ପରିବାରକୁ ଘୋଷଣା ମୁତାବକ କ୍ଷତିପୂରଣ ଦିଆଯିବ । ପ୍ରଚାର ହେଉଥିବା ଖବରରେ କୌଣସି ସତ୍ୟତା ନାହିଁ । ଜୁନ ୧୨ ରେ ଅହମଦାବାଦରୁ ଲଣ୍ଡନକୁ ଉଡାଣ ଭରିବାର କିଛି ମିନିଟ ଭିତରେ ଦୁର୍ଘଟଣାର ଶିକାର ହୋଇଥିଲା ଏୟାରଇଣ୍ଡିଆ ବିମାନ । ଦୁର୍ଘଟଣାରେ କେବଳ ଜଣିଏ ମାତ୍ର ଯାତ୍ରୀଙ୍କୁ ଛାଡିଦେଲେ ବାକି ସମସ୍ତ ଯାତ୍ରୀ,ପାଇଲଟ, କ୍ୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ପୂରା ଘଟଣା ଦେଶକୁ ଦୋହଲାଇ ଦେଇଥିଲା ।