କନକ ବ୍ୟୁରୋ,  ଭାରତୀୟ ସେନା ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ । ଏହି ଆକ୍ରମଣ ପରଠାରୁ, ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ନିରନ୍ତର ଗୁଳିମାଡ଼ କରିଆସୁଛି । ସୀମା ଆରପାରିରୁ ଏହି କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ଭାରତୀୟ ବାୟୁସେନାକୁ ଏବେ ପୂର୍ଣ୍ଣ ସ୍ବାଧିନତା ଦିଆଯାଇଛି । ବାୟୁସେନାକୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି ସେମାନେ କିଛି ସନ୍ଦେହଜନକ ଦେଖନ୍ତି, କିମ୍ବା କୌଣସି ଅପ୍ରିତିକର ପରିସ୍ଥିତି ଦେଖନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବେ । 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନଏସଏ ଅଜିତ ଡୋଭାଲ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିସାରିଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ଦଳର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ । 

ଏଲଓସିରେ ପାକିସ୍ତାନୀ ସେନାର ପ୍ରବଳ ଗୁଳିମାଡ଼ 
ପାକିସ୍ତାନୀ ସେନା ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା ଗାଁକୁ ଟାର୍ଗେଟ କରି ପ୍ରବଳ ଗୁଳିବର୍ଷା କରିଥିଲା । ଏହି ଆକ୍ରମଣରେ ଚାରି ଜଣ ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ପାକିସ୍ତାନ ସେନାର ଏହି ଗୁଳିବର୍ଷଣ ହୋଇଛି ।