କନକ ବ୍ୟୁରୋ: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣା । ରାଜସ୍ଥାନ ଚୁର୍ ରତନଗଡ଼ରେ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ଅନ୍ୟ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନ। । ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ୍ ଏବଂ ପ୍ରଶାସନ । ଗ୍ରାମବାସୀଙ୍କ କହିବାନୁଯାୟୀ ଆକାଶରେ ପ୍ରଚଣ୍ଡ ଶବ୍ଦ ପରେ ଚାଷ ଜମିରେ ବିମାନଟି ପଡି ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା ।
ଏହି ଦୁର୍ଘଟଣାରେ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଶବ ପାଇଲଟଙ୍କର ବୋଲି କୁହାଯାଉଛି । ତେବେ କଣ ପାଇଁ ଯଦ୍ଧ ବିମାନଟି ଦୁର୍ଘଟଣାର ଶିକାର ହେଲା ସେନେଇ ତଦନ୍ତ ଚାଲିଛି ।