କନକ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଆକ୍ସନରେ ଭାରତୀୟ ବାୟୁସେନା । ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେରେ ବାୟୁସେନାର ଗର୍ଜନ । ଗୋଟିଏ ପରେ ଗୋଟିଏ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ ଓ ଟେକ୍ ଅଫ କରିବାର ଅଭ୍ୟାସ କରୁଛି । ଯେଉଁଥିରେ ରାଫେଲ, ମିରାଜ, ସୁଖୋଇ, ଜାଗୁଆର ଭଳି ବିଧ୍ବଂସକ ଯୁଦ୍ଧବିମାନ ନିଜର ପରାକ୍ରମ ଦେଖାଉଛନ୍ତି । ଯଦି ଯୁଦ୍ଧ ସ୍ଥିତି ଉପୁଜେ ତେବେ ଏହି ଏହି ଏକ୍ସପ୍ରେସ ୱେକୁ ବାୟୁସେନାର ବିକଳ୍ପ ରନୱେ ଭାବେ ବ୍ୟବହାର କରାଯିବ । ଗଙ୍ଗା ଏକ୍ସପ୍ରେସ ୱେ ଚତୁର୍ଥ ଏଭଳି ଏକ୍ସପ୍ରେସ ୱେ ଯାହାର ବ୍ୟବହାର ବାୟୁସେନା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ରାତିରେ ଲ୍ୟାଣ୍ଡିଂ କରିପାରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ଏକ୍ସପ୍ରେସ ୱେ । ରାତିରେ ମଧ୍ୟ ଏହି ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ ଓ ଟେକ୍ ଅଫର ଟ୍ରାଏଲ କରାଯିବ । ୫୯୪ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ ପାଇଁ ୩୬୨୩୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ରନୱେରେ ଏବେ ଗାଡି ମୋଟର ବଦଳରେ ଗର୍ଜନ କରୁଛି ଭାରତୀୟ ବାୟୁସେନାର ଲଢୁ୍ଆ ବିମାନ। ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଏକ୍ସପ୍ରେସ ୱେ ମଧ୍ୟ ବାୟୁସେନା ପାଇଁ ବେଶ ଗୁରୁତ୍ବ ବହନ କରୁଛି ।